
ନୂଆଦିଲ୍ଲୀ: ସିଟ୍ ଭାଗବଣ୍ଟାକୁ ନେଇ ଅଙ୍କ ଛିଣ୍ଡିବା ପରେ ଏକାଠି ଲଢିବାକୁ ଆପ ଓ କଂଗ୍ରେସ ଅଣ୍ଟା ଭିଡିଛନ୍ତି। ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ସମାଜବାଦୀ ପାର୍ଟି ସହିତ କଂଗ୍ରେସର ସିଟ୍ ଭାଗବଣ୍ଟା ହେବା ହୋଇଛି। ସେହିପରି ୨୪ ନିର୍ବାଚନରେ ଦିଲ୍ଲୀରେ ଏକାଠି ଲଢିବେ ଆପ୍-କଂଗ୍ରେସ। ଦିଲ୍ଲୀରେ ଚାରୋଟି ଆସନରେ ଆପ୍ ଓ ତିନୋଟି ଆସନରେ କଂଗ୍ରେସ ନିର୍ବାଚନ ଲଢିପାରେ। ଏଥିପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଶେଷ ହୋଇଛି।
ଦିଲ୍ଲୀର ସମସ୍ତ ସତୋଟି ଆସନ ବିଜେପି ଦଖଲରେ ରହିଛି। ଭାରତୀୟ ଜନତା ପାର୍ଟିକୁ ଚେକ୍ ଦେବା ପାଇଁ ବିରୋଧୀ ମିଳିତ ଉଦ୍ୟମ କରିଛନ୍ତି।