January 27, 2025

କଟକ ସଦର ଓ ପଲ୍ଲୀ ଅଞ୍ଚଳର ବିକାଶ ଓ ସ୍ଥାୟୀ ମୁକାବିଲା କରିବା ପାଇଁ ଆହ୍ୱାନ

ଭୁବନେଶ୍ୱର,୨୦ା୧୦(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) : ନେମାଳ ମା ଜାଗୁଳାଇ ପୀଠ ପରିସରରେ ୟୁନିୟନ ଫର୍ କଟକ ସଦର ଡେଭେଲପମେଣ୍ଟ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ମନୋଜ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ପାଳଦା ପଞ୍ଚାୟତର ପ୍ରକ୍ତନ ସରପଞ୍ଚ ସୁନାକାର ବେହେରାଙ୍କ ଅଧ୍ୟକ୍ଷତାରେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନେମାଳ,ପାଳଦା,କଳମିଶ୍ରୀ,ବନ୍ଧୁପୁର,ତିଲକଣା,ସାନ୍ତପୁର,ବାବୁଜଙ୍ଗ ପଞ୍ଚାୟତର ବହୁ ବରିଷ୍ଠ ସାମାଜିକ କର୍ମୀ ଅଶଂଗ୍ରହଣ କରି ଓଡିଆ ଜାତିର ସୁଖ ଦୁଃଖ, ଭଲମନ୍ଦ, ଆଶା ନିରାଶା ଓ ଜଡତା – ଜାଗରଣ ମଧ୍ୟରେ ଉଜ୍ଜଳ, ସ୍ୱାବଲମ୍ବୀ, ସମୃଦ୍ଧ ଓଡିଶାର ପରିକଳ୍ପନା ସହ ଅପୁଷ୍ଟି, କ୍ଷୁଧା, ଦାରିଦ୍ର‌୍ୟର ଅବସାନ, ଖାଦ୍ୟ ନିରାପତା, ମହିଳା ଓ କନ୍ୟାଙ୍କ ନିରାପତା, କଟକ ସଦର ଓ ପଲ୍ଲୀ ଅଞ୍ଚଳର ବିକାଶ ଓ ପ୍ରାକୃତିକ ବିପର୍ଯ୍ୟୟରେ ସ୍ଥାୟୀ ମୁକାବିଲା କରିବା ପାଇଁ ଆହ୍ୱାନ ଦେଇଥିଲେ ।ଏହି ଅବସରରେ ଆଗାମି ଦିନରେ ନେମାଳ ଠାରେ ଏକ ବିଶାଳ ଜନସମାବେଶ ସହିତ ସମାଜସେବା ପାଇଁ ସ୍ଥିର କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ବିଜୟ କୁମାର ନାୟକ ,ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ , ପ୍ରାକ୍ତନ ସରପଞ୍ଚ ଅଭିମନ୍ୟୁ ସାହୁ ,ମାନସ କୁମାର ମହାପାତ୍ର.ବିଜୟ କୁମାର ନାୟ.ପୂର୍ଣଚନ୍ଦ୍ର ମହାପାତ୍ର ,ସୁବ୍ରତ କୁମାର ପରିଡା.ଉଦୟ କୁମାର ସସମାଲ ,ସନ୍ତୋଷ କୁମାର ସ୍ୱାଇଁ.ସୁଦର୍ଶନ ଜେନା ,ବୁଲୁ ଆର୍ଟ୍ସ ବୈକୁଣ୍ଠ ନାଥ ମାଲିକ, ସଞ୍ଜୟ ଖୁଣ୍ଟିଆ,ବିଭୁ ପ୍ରସାଦ ବୋଷ ,ମେଖାନ ଦାସ,ମିଲୁ ନାୟକ ,ଅଜୟ ମାଲିକ.ସୁତମ ମାଲିକ ,ରମେଶ ବେହେରା ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *