କଟକ ସଦର ମାନ୍ୟବର ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କୁ କୃତଜ୍ଞତା
ଭୁବନେଶ୍ବର-(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ): – ନିଶ୍ଚିନ୍ତକୋଇଲି ବ୍ଲକ ତଥା କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ପାଇଁ ୪୦୦କୋଟିରୁ ଉର୍ଦ୍ଧ ଟଙ୍କାର ଅନୁଦାନ ମଂଜୁର ହୋଇଥିବାରୁ କଟକ ସଦର ନିର୍ବାଚନ ମଣ୍ଡଳୀରେ ଆନନ୍ଦ ପ୍ରକାଶ ପାଇଛି । ମହାନଦୀ ଉପରେ ସିର୍ଲୋ ସାହୁକ୍ଷେତ ସେତୁ ନିର୍ମାଣ ପାଇଁ ୧୪୪କୋଟି ୧୦ଲକ୍ଷ ଟଙ୍କା,ଚିତ୍ରୋତ୍ପଳା ନଦୀ ଉପରେ ବ୍ରାହ୍ମଣଖଣ୍ଡ ସାହୁକ୍ଷେତ ସେତୁ ନିର୍ମାଣ ପାଇଁ ୩୫କୋଟି ୮୨ଲକ୍ଷ,୮୫ ହଜାର ଟଙ୍କା , ସେହିପରି ଚିତ୍ରୋତ୍ପଳା ନଦୀ ଉପରେ ଜନାର୍ଦ୍ଦନପୁର ଶନିଶ୍ଚର ମନ୍ଦିର ଠାରୁ କୁଳିଆ ପର୍ୟନ୍ତ ସେତୁ ନିର୍ମାଣ ପାଇଁ ୮୪ କୋଟି ଟଙ୍କା , ଗାନ୍ଧିପଲ୍ଲୀ ଠାରୁ ତାରପୁର ମହାନଦୀ ବନ୍ଧ ରାସ୍ତା ପାଇଁ ୪୯କୋଟି ୮୬ଲକ୍ଷ, ବଳରାମପୁର ଠାରୁ କଙ୍କଡା ପର୍ୟ୍ୟନ୍ତ ଚିତ୍ରୋତ୍ପଳା ନଦୀ ବନ୍ଧ ରାସ୍ତା ପାଇଁ ୪୬କୋଟି ୩୫ଲକ୍ଷ ଟଙ୍କା, ମଣିଜଙ୍ଗରେ ଥିବା ଅଶୃଖଳାର ଡ୍ରେନେଜ୍ ବିଭାଗ ଦ୍ୱାରା ସଫେଇ ଓ ଉନ୍ନତିକରଣ ନିମନ୍ତେ ୧୩ କୋଟି ୫୬ ଲକ୍ଷ ଟଙ୍କା, ମହାପୁରଷ ଶ୍ରୀଶ୍ରୀ ଅଚ୍ୟୁତାନନ୍ଦଙ୍କ ପର୍ଯ୍ୟଟନ ପୀଠର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୩ କୋଟି ୩ଲକ୍ଷ ଟଙ୍କା,
ନେମାଳ ଠାରେ ମିନୀ ଷ୍ଟାଡିୟମ୍ ନିମନ୍ତେ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ,ସାନ୍ତପୁର ଗ୍ରାମପଞ୍ଚାୟତର ଜଳଦିଆ ଗ୍ରାମକୁ ବନ୍ୟା ପ୍ରକୋପରୁ ରକ୍ଷା ପାଇଁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବିନିମୟରେ ଘେରିବନ୍ଧର ନିର୍ମାଣ , ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ବିଭିନ୍ନ ଗ୍ରାମପଞ୍ଚାୟତରେ ଉପ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ନିମନ୍ତେ ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁରିକରଣ,୧୪ଗୋଟି ପଞ୍ଚାୟତରେ ଥିବା ୧୩ ଗୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ୫-ଟି ଯୋଜନାରେ ସାମିଲ କରାଯାଇ ୫କୋଟି ୮୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରୂପାନ୍ତିକରଣ କାର୍ଯ୍ୟର ତ୍ୱାରାନିତକରଣ ଏବଂ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ନେମାଳ , ଭଗବତୀ ମହିଳା ମହାବିଦ୍ୟାଳୟ ମଣିଜଙ୍ଗ, ଚିତ୍ରୋତ୍ପଳା ମହାବିଦ୍ୟାଳୟ ଉତରକୂଳ ଗୁଡିକର ଭିତିଭୂମିର ବିକାଶ ନିମନ୍ତେ ୧କୋଟି ୫୦ ଲକ୍ଷ ଟଙ୍କାର ଅର୍ଥ ରାଶି ମଞ୍ଜୁରିକରଣ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୧୪ ଗୋଟି ପଞ୍ଚାୟତରେ ପନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୩୦ କୋଟିରୁ ଉର୍ଦ୍ଧ ଟଙ୍କାର ମଞ୍ଜୁରିକରଣ କରାଇ ଅଞ୍ଚଳ ବାସୀଙ୍କ ବହୁ ଦିନ ର ସ୍ୱପ୍ନ କୁ ସାକାର କରି କାର୍ୟ୍ୟ ତ୍ୱରାନ୍ୱିତ କରିଥିବାରୁ କଟକ ସଦର ନିର୍ବାଚନ ମଣ୍ଡଳୀ ବିକାଶର କର୍ଣ୍ଣଧାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଚନ୍ଦ୍ରସାରଥୀ ବେହେରାଙ୍କୁ ୨୮ନଂ ଜିଲ୍ଲାପରିଷଦ ସଭ୍ୟା ଶୁଭଶ୍ରୀ ମହାନ୍ତି, ୨୫ନଂ ଜିଲ୍ଲାପରିଷଦ ସଭ୍ୟ ଇଂ ବିଳାସ କୁମାର ଭୋଇ, ପ୍ରାକ୍ତନ ଅଧ୍ୟକ୍ଷ ନରେନ୍ଦ୍ର ବାରିକ,ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ନୃସିଂହ ମୁଦୁଲି ,ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ, ରମେଶ ଚନ୍ଦ୍ର ଜେନା,ବିମଳ କୁମାର ଦାସ,ଭୈରବ କାସ୍ତ,ସୁବାସ ପାତ୍ର, ଅମୀୟ ମହାନ୍ତି,ଦର୍ଶନ ନାୟକ, ବିଶ୍ୱ ଭୁଷଣ ନାୟକ,ରବୀନ୍ଦ୍ର ଦାସ, ରଞ୍ଜନ ବେହେରା, ପ୍ରମୋଦ କୁମାର ନାୟକ, ଶରତ ସାମଲ, କାଳିନ୍ଦୀ ଭୋଇ, ମାନଗୋବିନ୍ଦ ଦାସ, ଚିନ୍ମୟୀ ବେହେରା, ନନ୍ଦିନୀ ନାୟକ, ସ୍ୱାଧୀନ ଭୂୟାଁ ,ସାରଦା ମହାନ୍ତି, ସରୋଜ ବେହେରା, ବିଜୟ ରାଉତ, ଶୁଶାନ୍ତ ସେଠୀ, ରୁସ୍ତମ ମହମ୍ମଦସଂଗ୍ରାମ ସାହାଣୀ, କିଶୋର ସାହାଣୀ, ସିପ୍ରା ଭୋଇ, ଅରୁଣ ବୋଷ, ନରେଶ ରାଉତ, ପୂର୍ଣ୍ଣ ଚନ୍ଦ୍ର ସେଠୀ ତଥା ସମସ୍ତ ଜନସାଧାରଣ କୃତଜ୍ଞତା ଜଣାଇଛନ୍ତି ।