ଭୁୁବନେଶ୍ୱର,୨୭ା୩ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।କଟକ ସଦର ବିଧାନସଭା ମଣ୍ଡଳୀର ଆସନ ପାଇଁ ପୁଣି ଥରେ ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କୁ ଦଳୀୟ ଟିକେଟ୍ ଘୋଷଣା ପରେ କଟକ ସଦର ନିର୍ବାଚନ ମଣ୍ଡଳୀରେ ଖୁସିର ଲହରି ଖେଳିଯାଇଛି । ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ପୁଜାଅର୍ଚ୍ଚନା କରାଯାଇ ବାଣ ଫୁଟାଇ ମିଠା ବାଣ୍ଟି ଦଳୀୟ କର୍ମୀମାନେ ଖୁସି ମନାଇଛନ୍ତି । ସୂଚନାଥାଉ କି, ଗତ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ କଟକ ସଦର ବିଧାୟକ ଭାବେ ଚନ୍ଦ୍ରସାରଥି ୍ର ବେହେରା ନିର୍ବାଚିତ ହେବା ପରେ ଲୋକଙ୍କ ସୁଖ ଦୁଃଖରେ ଲୋକଙ୍କ ପାଖରେ ରହି ଆସିଛନ୍ତି । ଏଣୁ ତାଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟିକେଟ୍ ପ୍ରଦାନ କରିଛନ୍ତି ବୋଲି ଦଳୀୟ ନେତା ଓ କର୍ମୀମାନେ କହିଛନ୍ତି । ଅନ୍ୟପଟେ ଚଳିତ ସାଧାରଣ ନିର୍ବାଚନରେ ପୁଣି ଥରେ ବିଜୁ ଜନତା ଦଳକୁ ଭୋଟ୍ ଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ସହିତ କଟକ ସଦର ବିଧାନସଭାର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳକୁ ବିଜୟୀ କରିବା ପାଇଁ ବିଧାୟକ ଚନ୍ଦ୍ରସାରଥି ବେହେରା ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସେହିପରି ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣି ଥରେ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସମେତ କଟକ ସଦର ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ବିଧାୟକ ଚନ୍ଦ୍ରସାରଥି ବେହେରା ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁଜନତା ଦଳ ପକ୍ଷରୁ ତୃତିୟ ଥର ପାଇଁ ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କୁ ଦଳୀୟ ଟିକେଟ ପ୍ରଦାନ କରିଥିବାରୁ ନିଶ୍ଚିନ୍ତଜୋଇଲି ବ୍ଲକ ବିକୁଜନତା ଦଳ କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକ, କଟକ ଜିଲ୍ଲା ବିଜୁଜନତାଦଳ ଉପ ସଭାପତି ଅଚ୍ୟୁତାନନ୍ଦ ଦାସ,ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ ,ସାଧାରଣ ସଂପାଦକ ନୃସିଂହ ଚରଣ ମୁଦୁଲି ,ଜିଲ୍ଲା ପରିଷଦ ସଭ୍ୟ ଇଂ ବିଳାସ ଭୋଇ,ନିଶ୍ଚିନ୍ତଜୋଇଲି ବ୍ଲକ ବିକୁଜନତା ଦଳ ମହିଳା ସଭାନେତ୍ରୀ ନନ୍ଦିନୀ ନାୟକ,ସାଧାରଣ ସଂମ୍ପାଦକ ବିଶ୍ୱେନ୍ଧୁ ମହାରଣା,ସାଧାରଣ ସଂମ୍ପାଦକ ମିଲନ କୁମାର ଭୁୟାଁ,ରାଜ୍ୟ ସଦସ୍ୟା ପଦ୍ମାବତୀ ସାହୁ,ଅରୁଣ ବୋଷ .ନେମାଳ ପଞ୍ଚାୟତ ସରପଞ୍ଚ ସସ୍ମିତା ମହାନ୍ତି,ନେମାଳ ପଞ୍ଚାୟତ ବିଜେଡି ସଭାପତି ବିମଳ କୁମାର ଦାସ ,ଉପସଭାପତି ଅମୀୟ ପ୍ରସାଦ ମହାନ୍ତି,ଜନାର୍ଦ୍ଧନପୁର ସରପଞ୍ଚ ବିଶ୍ୱଭୁଷଣ ନାୟକ,ମହମ୍ମଦପୁର ପ୍ରାକ୍ତନ ସରପଞ୍ଚ ସରୋଜ ବେହେରା ,ଯୁବ ନେତା ସୁବାସ ପାତ୍ର,ଯୁବ ବିଜେଡି ସଭାପତି ଭୈରବ କାସ୍ତ ,ସଂପାଦକ ହିଂମାଶୁ ଶେଖର ଦାସ, ଛାତ୍ର ନେତା ବଳଦେବାନନ୍ଦ ଦାସ, ରୁସତମ ମହମ୍ମଦ, କଟକ ସଦର ଛାତ୍ର ସଭାପତି ସଂଗ୍ରାମ ସାହାଣୀ,ଦର୍ଶନି ନାୟକ,ସୁଧାକର ମହାନ୍ତି. ସମାଜସେବୀ ସୁନାକର ସାହୁ, ବିନୟ କୁମାର ଦାସପ୍ରମୁଖଙ୍କ ସମେତ ସମସ୍ତ ସରପଞ୍ଚ,ସମିତି ସଭ୍ୟ ,ଏବଂ ବହୁ ଜନସାଧାରଣ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।