
କଟକ -୨୬ା୧୧(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ)- ଗମନାଗମନଠାରୁ ଆରମ୍ଭ କରି ଶିକ୍ଷା,ସ୍ୱାସ୍ଥ୍ୟ ଏପରିକି ଚାଷୀମାନଙ୍କ ସୁବିଧା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଚେଷ୍ଟା କରି ଆସୁଥିବା ସହ ଗ୍ରାମାଞ୍ଚଳର ମାଆମାନେ ସ୍ୱାବଲମ୍ବୀ ହେଲେ ରାଜ୍ୟ ତଥା ଦେଶର ଉନ୍ନତି ହେବ ବୋଲି ଆଜି ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମତ ଦେଇଛନ୍ତି ।

ଅନ୍ୟତମ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ୨୬ ନଂ ଜିଲ୍ଲାପରିଷଦ ସଭ୍ୟା ସସ୍ମିତା ସେଠୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଂଜନ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଏହିଅବସରରେ ୨୨କୋଟି୬୮ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିଶ୍ଚିନ୍ତକୋଇଲି-ନେମାଳ ତିଲକଣା ଛକ ଠାରୁ କଟିକଟା-ଜୟପୁର କରାଣ୍ଡିଆ ବ୍ରାଞ୍ଚ କେନାଲ ବନ୍ଧ ରାସ୍ତାର ପ୍ରସସ୍ତି କରଣ ପାଇଁ ଶୁଭ ଶିଳାନ୍ୟାସ ଦେଇଥିବା ବେଳେ

୪୨କୋଟି ୩୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଲୁଣାନଦୀ ଉପରେ ପୁବଂଶ ଠାରେ ଏକ ନୂତନ ସୁଉଚ୍ଚ ସେତୁର ଶୁଭ ଶିଳାନ୍ୟାସ ଓ ୫କୋଟି ଟଙ୍କା ବ୍ୟାୟ ଅଟକଳରେ ଲୁଣାନଦୀ ବାମପାଶ୍ୱର୍ ସାଧକ ନଗର ଠାରେ ଏକ ସ୍ପର ପ୍ୟାକିଂ ନିର୍ମାଣ ପାଇଁ ଶୁଭ ଶିଳାନ୍ୟାସ କରିଥିଲେ । ସୂଚନାଯୋଗ୍ୟ ବିଧାୟକ ଶ୍ରୀଯୁକ୍ତ ଜେନାଙ୍କୁ ନିଶ୍ଚିନ୍ତକୋଇଲି ଛକରୁ ଏକ ବିରାଟ ପଟୁଆରରେ ଶୁଭ ଶିଳାନ୍ୟାସ ସ୍ଥଳକୁ ହଜାର ହଜାର ଜନସାଧାରଣ ପାଛୋଟି ଆଣିବା ସମୟରେ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।
