January 30, 2025

ଭୁବନେଶ୍ୱର, ୨୪ା୧ (ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ଗମନାଗମନଠାରୁ ଆରମ୍ଭ କରି ଶିକ୍ଷା,ସ୍ୱାସ୍ଥ୍ୟ ଏପରିକି ଚାଷୀମାନଙ୍କ ସୁବିଧା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଚେଷ୍ଟା କରି ଆସୁଥିବା ସହ ଗ୍ରାମାଞ୍ଚଳର ମାଆମାନେ ସ୍ୱାବଲମ୍ବୀ ହେଲେ ରାଜ୍ୟ ତଥା ଦେଶର ଉନ୍ନତି ହେବ ବୋଲି ଆଜି ନେମାଳ ଥାନା ଅନ୍ତର୍ଗତ ଦାଉଦପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମତ ଦେଇଛନ୍ତି ।

ଅନ୍ୟତମ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ବ୍ଲକ ଉପଧ୍ୟକ୍ଷ ଅଶୋକ କୁମାର ଓଝା,ଆତ୍ମା ଅଧ୍ୟକ୍ଷ ହିମାଂଶୁ ଶେଖର ମହାନ୍ତି ,ବିଡ଼ିଓ ଧର୍ମରଞ୍ଜନ ପଣ୍ଡା,ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଂଜନ ମହାପାତ୍ର , ସରପଞ୍ଚ ଲଲିତେନ୍ଦୁ ବିଶୋଇ ,ସମିତି ସଭ୍ୟ ଆଶିଶ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଏହିଅବସରରେ ୫କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ବରାଦରେ ଦାଉଦପୁର ଠାରୁ ନାହାଳପୁର ଭାୟା ବୋଧଙ୍ଗ କେନାଲ ବନ୍ଧ ରାସ୍ତାର ପ୍ରସସ୍ତି କରଣ ପାଇଁ ଶୁଭ ଶିଳାନ୍ୟାସ ଦେଇଥିବା ବେଳେ ଦାଉଦପୁର ପଞ୍ଚାୟତ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ କରିଥିଲେ ।

ଏହି ଅବସରରେ ନୂତନ ଜମା ଗ୍ରହଣ କେନ୍ଦ୍ର ,ସରସ୍ୱତୀ କମ୍ୟୁନିଟି ସେଣ୍ଟର ନୁତନ ଗୃହର ଶୁଭ ଉଦଘାଟନ କରିଥିଲୋ ସୂଚନାଯୋଗ୍ୟ ବିଧାୟକ ଶ୍ରୀଯୁକ୍ତ ଜେନାଙ୍କୁ ଏକ ବିରାଟ ପଟୁଆରରେ ଶୁଭ ଶିଳାନ୍ୟାସ ସ୍ଥଳକୁ ହଜାର ହଜାର ଜନସାଧାରଣ ପାଛୋଟି ଆଣିବା ସମୟରେ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଭୂପତି ଭୂଷଣ ଷଣ୍ଡ,ସତ୍ୟଗୋପାଳ ବିଶୋଇ, ରାଜ ଗୋପାଳ ବିଶୋଇ, ଅନନ୍ତ ମିଶ୍ର, ପୂର୍ବତନ ସରପଞ୍ଚ ଦିବାକର ସାହୁ, ମମତାମଞ୍ଜରୀ ନାୟକ, ହେମନ୍ତ କୁମାର ମହାନ୍ତି ପ୍ରମୁଖଙ୍କ ସମେତ ବହୁ ଜନସାଧାରଣ ଓ କର୍ମି ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *