ଆଉ ହେବନାହିଁ ଲୋ-ଭୋଲଟେଜ କି ଆଖି ମିଟିକା ମାରିବ ନାହିଁ ବିଜୁଳ
ଭୁବନେଶ୍ବର: ,୧୦ ।୦୧(ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) : ଆଉ ହେବନାହିଁ ଲୋ-ଭୋଲଟେଜ କି ଆଖି ମିଟିକା ମାରିବ ନାହିଁ ବିଜୁଳି ,ଦିର୍ଘଦିନର ଦାବିପରେ ସାକାର ହୋବାକୁ ଯାଉଛି ଦ୍ୱିପାଞ୍ଚଳର ବିଦ୍ୟୁତ ସମସ୍ୟା । ଜନସାଧାରଣ ମାନଙ୍କ ସୁବିଧା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଚେଷ୍ଟା କରି ଆସୁଥିବା ସହ ଗ୍ରାମାଞ୍ଚଳର ଜନସାଧାରଣ ସ୍ୱାବଲମ୍ବୀ ହେଲେ ରାଜ୍ୟ ତଥା ଦେଶର ଉନ୍ନତି ହେବ ବୋଲି ଆଜି ନେମାଳ ଥାନା ଅନ୍ତର୍ଗତ ନଗସପୁର ପଞ୍ଚାୟତରେ ୨୧କୋଟି ଟଙ୍କା ବ୍ୟୟରେ ୩୩/୧୧ କେଭି , ନୂତନ ବିଦ୍ୟୁତ୍ ସଷ୍ଟେସନ୍ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମତ ଦେଇଛନ୍ତି ।
ଅନ୍ୟତମ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଂଜନ ମହାପାତ୍ର,ଜିଲ୍ଲାପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ,୨୭ନଂ ଜୋନ ବିଜେଡି ସଭାପତି ଅନିଲ କୁମାର ଭୁୟାଁ ,ପ୍ରାକ୍ତନ ସରପଞ୍ଚ ନଗେନ୍ଦ୍ରନାଥ ସଢଙ୍ଗୀ,ପ୍ରଦିପ୍ତ ସଢଙ୍ଗୀ,ପ୍ରାକ୍ତନ ସରପଞ୍ଚ ସାରଦା ପ୍ରସାଦ ମହାନ୍ତି ,ପ୍ରାକ୍ତନ ସରପଞ୍ଚ ସରପଞ୍ଚ ସୁଧାଶୁଂ ଭୁୟାଁ , ସାର୍ଫ ଅନୁଷ୍ଠାନ ରାଜ୍ୟ ସଭାପତି ସମାଜସେବୀ କ୍ଷୀରୋଦ କୁମାର ସଢଙ୍ଗୀ,ଟିପିକଲ୍ର ବରିଷ୍ଠ ଅଧିକାରୀ ରାଜ କୁମାର,ନରେଶ କାପୁର,ମନୋଜ କୁମାର ଦାସ,ଏଜିଏମ୍ ନରେଶ କୁମାର ସାହୁ ,ଏସଡିଓ ଅନିଲ କୁମାର ନାୟକଙ୍କ ସମେତ ବହୁ ବିଜେଡି ନେତୃବୃନ୍ଦ, ଜନପ୍ରତିନିଧି ଓ ବିଜେଡି ପଂଚାୟତ ସଭାପତି ଗଣ ଯୋଗଦେଇଥିଲେ ।ସୁଚନାଯେଗ୍ୟ ୩୩/୧୧ କେଭି , ନୂତନ ବିଦ୍ୟୁତ୍ ସଷ୍ଟେସନ୍ କାର୍ଯ୍ୟକ୍ଷମ ହେଲେ ଆଖ ପାଖ ଭିଭିନ୍ନ ପଞ୍ଚାୟତର ବିଦ୍ୟୁତ ସମସ୍ୟା ଦୁର ହେବା ସହିତ ୧୦ ହଜାର ଉପଭୋକ୍ତା ଉପକୃତ ହେବା ସହିତ ଅଞ୍ଚଳବାସୀଙ୍କୁ ଉନ୍ନତ ବିଦ୍ୟୁତ ସେବା ପାଇପାରିବେ ବୋଲି ମତପ୍ରକାଶ ପାଇଛି ।