
ଭୁବନେଶ୍ୱର୦୮/୧୧/୨୩ (ଭୟେସ୍ ଅଫ୍ ଇଣ୍ଡିଆ /ବିନୟ କୁମାର ଦାସ): ବିଧାନସଭାର ଉପବାଚସ୍ପତି ପଦରୁ ବୁଧବାର ରଜନୀକାନ୍ତ ସିଂହ ଇସ୍ତଫା ଦେଇଛନ୍ତି। ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ସେ ନିଜ ଇସ୍ତଫାପତ୍ର ଦେଇଛନ୍ତି। ଇସ୍ତଫା ସମ୍ପର୍କରେ ପ୍ରତିକ୍ରିୟା ଦେଇ ରଜନୀକାନ୍ତ କହିଛନ୍ତି, ଉପବାଚସ୍ପତି ଏକ ସାମ୍ବିଧାନିକ ପଦ। ଏହି ପଦବୀରେ ଥାଇ ମୁଁ ଦଳୀୟ କାର୍ଯ୍ୟ କରିପାରୁ ନ ଥିଲି। ଆଗକୁ ନିର୍ବାଚନ ଥିବାରୁ ସଂଗଠନକୁ ସୁଦୃଢ କରିବା ସହ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଇସ୍ତଫା ଦେଇଛି। ତେବେ ଏହା ହଠାତ୍ ନିଷ୍ପତ୍ତି ନୁହେଁ, ବହୁଦିନରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।
