ଭୁବନେଶ୍ୱର,୧୦ା୦୨ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଳନା ଓ ଏହାର ସଫଳ ରୂପାୟନ ହୋଇଥିବାରୁ ପଞ୍ଚାୟତରେ ଭିତ୍ତି ଭୂମିର ବିକାଶ ହୋଇଛି । ଗ୍ରାମାଞ୍ଚଳର ଲୋକମାନେ ଏବେ ସହଜ ଓ ସୁବିଧାରେ ସ୍ୱାସ୍ଥ୍ୟ ଶିକ୍ଷା ଓ ଗମନାଗମନ ଭଳି ମୌଳିକ ସୁବିଧା ହାତପାହାନ୍ତାରେ ପାଉଛନ୍ତି । ଚାଷୀ ଯୁବବର୍ଗ ଓ ଶ୍ରମିକମାନଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ମିଳୁଛି । ଶିକ୍ଷାର ଭିଭିଭୂମିର ବିକାଶ ସାଙ୍ଗକୁ ଲୁଣା-ଚିତ୍ରୋତ୍ପଳା ଦ୍ୱିପାଞ୍ଚଳରେ ଗମନାଗମନର ସୁବ୍ୟବସ୍ଥା କରାଯାଇଛି । ଗ୍ରାମାଞ୍ଚଳ ଲୋକ ରାଜ୍ୟ ସରକାରଙ୍କର ଜନ କଲ୍ୟାଣ ଯୋଜନା ପାଇବାରେ ସକ୍ଷମ ହୋଇଛନ୍ତି ।ଫଳରେ ପଞ୍ଚାୟତରେ ଭିରିଭୂମିର ବିକାଶ ମଧ୍ୟ ହୋଇଛି ବୋଲି ବୋଲି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମତବ୍ୟକ୍ତ କରିଛନ୍ତି । ନେମାଳ ଥାନା ଅନ୍ତର୍ଗତ ନଗସପୁର ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ପୁଷ୍ପଲତା ମଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦେଇଥିବା ବେଳେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ ଓଝା, ବିଡିଓ ଧର୍ମରଞ୍ଜନ ପଣ୍ଡା, ପୂର୍ବତନ ବ୍ଲକ ଅଧକ୍ଷ ଗିରିଶ ରଂଞ୍ଜନ ମହାପାତ୍ର,ବିଜୁ କୃଷକ ଜନତା ଦଳର ସଭାପତି ଜ୍ୟୋତି ପ୍ରକାଶ ସ୍ୱଇଁ ,ବିଜେଡି ସଭାପତି ରମାକାନ୍ତ ମହାନ୍ତି ,ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶରତ ମହାନ୍ତି ,ଆତ୍ମା ସଭାପତି ହିମାଶୁଂଶେଖର ମହାନ୍ତି,୨୭ନଂ ଜୋନ ବିଜେଡି ସଭାପତି ଅନିଲ କୁମାର ଭୁୟାଁ,ଦାଉଦପୁର ପଞ୍ଚାୟତ ସରପଞ୍ଚ ଲଲିତେନ୍ଦୁ ବିଶୋଇ,ପ୍ରାକ୍ତନ ସରପଞ୍ଚ ନଗେନ୍ଦ୍ରନାଥ ସଢଙ୍ଗୀ,ପ୍ରାକ୍ତନ ସରପଞ୍ଚ ସାରଦା ପ୍ରସାଦ ମହାନ୍ତି ,ପ୍ରାକ୍ତନ ସରପଞ୍ଚ ସରପଞ୍ଚ ସୁଧାଶୁଂ ଭୁୟାଁ , ସାର୍ଫର୍ ଅନୁଷ୍ଠାନ ରାଜ୍ୟ ସଭାପତି ସମାଜସେବୀ କ୍ଷୀରୋଦ କୁମାର ସଢଙ୍ଗୀ ,ସମାଜସେବୀ ବିଜ୍ଞାନ କୁମାର ମଲିକ , ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଟିଭି ପରଦା ସହ ନୃତ୍ୟ ଓ ସଙ୍ଗୀତ ମା୍ମମରେ ସରକାରୀ ଯୋଜନା ଏବଂ ବିକାଶର ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ‘ଆମ ପଞ୍ଚାୟତର ବିକାଶ’ ନାମକ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଶେଷରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବଳରାମ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ।