
ଭାଗବତ ମେଲଣ ଓ ଶାମ୍ବଦଶମୀ ଯାତ୍ରା ମହୋତ୍ସବ ଏକ ଭିନ୍ନ ପରମ୍ପରା
ଭୁବନେଶ୍ୱର,୨୧ା୦୧ (ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ଗାଁ ମାଟିର ପ୍ରତିଭବନ୍ତ କିଛି ବ୍ୟକ୍ତିତ୍ୱ ସ୍ୱୀୟ ମହକରେ ମହକିତ ହୋଇ ଦୃଷ୍ଟାନ୍ତ ଯୁକ୍ତ ପ୍ରତିଭୁ ଭାବେ ଆଗାମୀ ପିଢୀ ପାଇଁ ଉଭା ହୋଇଥାଆନ୍ତି । ଭଲ ମଣିଷ ଭାବେ ସାମାଜିକ ଅଙ୍ଗୀକାର ବଦ୍ଧ ଶ୍ରଦ୍ଧାଶୀଳ ପ୍ରତିଟି ବ୍ୟକ୍ତି ପାଖରେ ସମର୍ପିତ ହୋଇ ଇତିହାସ ପୃଷ୍ଠାରେ ସ୍ଥାନିତ ହୋଇଯାଆନ୍ତି । ପ୍ରାଚୀନ ଉତ୍କଳର ସାମାଜିକ ରୀତିନୀତି , ଚାଲିଚଳନ , ଧର୍ମୀୟ ଭାବଧାରା ମୋଟ ଉପରେ ସଂସ୍କୃତିର ସାକ୍ଷର ବହନ କରି ଯେଉଁ ଅନୁଷ୍ଠାନ ମାନ ଏଯାବତ୍ତ ଲୋକ ଚକ୍ଷୁରେ ଦଣ୍ଡାୟମାନ ସେଥି ମଧ୍ୟରୁ ମୁଖ୍ୟ ସ୍ଥାନ ଅଧିକାର କରିଛି ଯାତ୍ରା ସଂସ୍କୃତି । ଓଡିଶା ଯାତ୍ରା ଜଗତର ଏନ୍ତୁଡିଶାଳା ଭାବରେ ପରିଚିତ ଲାଭ କରିଥିବା ନଗସପୁର ଯାତ୍ରା ସଂସ୍କୃତି ଏକ ନିର୍ଚ୍ଚକ ଉଦାହରଣ ।

ଭାଇଚାରାର ନିଆରା ପରମ୍ପରା ଶାମ୍ବଦଶମୀ ମହୋତ୍ସବର ଏକ ଭିନ୍ନ ପରମ୍ପରା ଯାହାକି ସମଗ୍ର ଅଞ୍ଚଳରେ ଉଦହାରଣ ସୃଷ୍ଟି କରିଛି । ନେମାଳ ଥାନା ଅନ୍ତର୍ଗତ ନଗସପୁର ପଞ୍ଚାୟତର ଭାଗବତ ମେଲଣ ଓ ଶାମ୍ବ ଦଶମୀ ଯାତ୍ରା ପ୍ରତି ବର୍ଷ ଭଳି ଚଳିତ ବର୍ଷ ଆଡମ୍ବର ସହକାରେ ପାଳନ କରାଯାଉଛି । କେଉଁ ଅନାଦି କାଳରୁ ଓଡିଶାର ସର୍ବ ପୁରାତନ ଭାଗବତ ମେଲଣ ଓ ଶାମ୍ବ ଦଶମୀ ଯାତ୍ରା ଅନୁଷ୍ଠାନ ଭାବେ ବିଦ୍ୟମାନ । ଲୋକ ଶୃତି ଅନୁଯାଇ ଦୀର୍ଘ ଦୁଇଶତ ବର୍ଷ ପୂର୍ବରୁ ପୁର୍ବପୁରୁଷ ମାନେ ଉକ୍ତ ଅନୁଷ୍ଠାନ ବଞ୍ଚେଇ ରଖିଛନ୍ତି । ତେବେ ଚଳିତ ବର୍ଷ ଯାତ୍ରା ମହୋତ୍ସବ ଧମ୍ଧାମ୍ରେ ପାଳନ କରାଯାଉଛି । ଉକ୍ତ ଯାତ୍ରା ମହୋତ୍ସବ ଅବସରରେ ପ୍ରଥମେ ନଗସପୁର ଚାରିରକବା ପଡିଆରେ ମହାପ୍ରଭୁ ବାସୁଦେବଙ୍କ ୪ ବିଭାନ ଆସିବା ପରେ ପ୍ରତିଷ୍ଠା କରାଯାଇ ପାରମ୍ପରିକ ରତୀନିତି ଅନୁସାରେ ପୁଜାର୍ଚ୍ଚନା କରାଯାଇଥିଲା । ପରେ ଦୁ୍ୱତୀୟ ଦିବସରେ ନଗସପୁର ଯାତ୍ରାପଡିଆକୁ ମହାପ୍ରଭୁ ବାସୁଦେବଙ୍କ ବିଭାନ ଆସିବା ପରେ ପୁନର୍ବାର ପୁଜାର୍ଚ୍ଚନା କରାଯାଏା ପରେ ତୃତୀୟ ତଥା ଉଦ୍ଯାପନ ଦିବସରେ ରେ ସାତଭଉଣୀଙ୍କ ପାଖକୁ ମହାପ୍ରଭୁ ବାସୁଦେବଙ୍କ ବିଭାନ ପହଞ୍ଚିଥାଏ ।ଉକ୍ତ ବିଭାନ ପହଞ୍ଚିବା ପରେ ସାତଭଉଣୀ ଠାରେ ଆରମ୍ଭ କରାଯାଇଥିଲା ଉଦ୍ଯାପନି ପର୍ବ । ଉକ୍ତ ଉଦ୍ଯାପନ ଉତ୍ସବରେ ସାତଭଉଣୀ ଠାକୁରାଣୀଙ୍କ ପୁଜାଅର୍ଚ୍ଚନା କରାଯାଇ ମହାପ୍ରଭୁ ବାସୁଦେବଙ୍କ ବନ୍ଦାପନା କରାଯାଏ ।ଏହି ଯାତ୍ରା ଉତ୍ସବ ଦିବା ରାତ୍ରୀ ଚାଲିଥାଏ । ଉକ୍ତ କାର୍ଯ୍ୟକ୍ରମକୁ ରମେଶ ଚନ୍ଦ୍ର ଭୁୟାଁ,କ୍ଷୀରୋଦ କୁମାର ଷଡଙ୍ଗୀ,ସମରେନ୍ଦ୍ର ଭୁୟାଁ,ସରପଞ୍ଚ ପୁଷ୍ପଲତା ମଲିକ ,ସାରଦା ପ୍ରସାଦ ମହାନ୍ତି,ମିହିର ଭୁୟାଁ,ସୁଧାଶୁଂ ଭୁୟାଁ,ମଧୁସୁଦନ ଭୁୟାଁ,ଜଜାତି ଭୁୟାଁ,କିଶୋର ମହାନ୍ତି,ପ୍ରଭାକର ସାମଲ,ରବିନ୍ଦ୍ର ସାମଲ,ମଧୁସୂଦନ ନାୟକ,ଗଗନ ଭୁୟାଁ,ଯୋଗେନ୍ଦ୍ର ବେହେରା,ଅନିଲ ଭୁୟାଁ,ସୁବ୍ରତ ଭୁୟାଁ,ବୈରାଗି ପରିଡା,ଦେବାନ୍ଦ୍ରନାଥ ହୋତା,ଲକ୍ଷ୍ମଣ ଦାସ,ସୁଲନ ଦାସ,ସୁବ୍ରତ ଭୁୟାଁ,ଅଶ୍ୱୁନି ମହାନ୍ତି,ଜପୁ ମହାନ୍ତି,ସାରଦା ପ୍ରସାଦ ମହାନ୍ତି,ରବିନ୍ଦ୍ର ସାମଲ,ମିନକେତନ ସଢଙ୍ଗୀ,ତୁସାର ପରିଡା,ଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ମାନେ ସହଯୋଗ କରି ପରିଚାଳନା କରନ୍ତି ।ତେବେ ଓଡିଶା ଯାତ୍ରା ଜଗତର ଏନ୍ତୁଡିଶାଳା ଭାବରେ ପରିଚିତ ଲାଭ କରିଥିବା ନଗସପୁର ଯାତ୍ରା ସଂସ୍କୃତି ସଂପର୍କରେ ଯାହା କୁହନ୍ତି ……….



