ଭୁବନେଶ୍ୱର,୭ା୦୨ (ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ନେମାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସରପଞ୍ଚ ନମିତା ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଭୂପତି ଭୂଷଣ ଷଣ୍ଡ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଂଜନ ମହାପାତ୍ର ,ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ସମିତି ସଭ୍ୟ ପ୍ରଫୁଲ୍ଲ ସାହୁ , ପଞ୍ଚାୟତ ବିଜେଡି ସଭାପତି ବିନୋଦ ବିହାରୀ ଚୈାଧୂରି ,ମଙ୍ଗା ସାର ,ସମାଜସେବୀ କେଶବ ଚନ୍ଦ୍ର ଲାଲ୍ ,ନିରଞ୍ଜନ ସାହୁ ,ଜିଆରଏସ ଶ୍ୟାମସୁନ୍ଦର ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଳନା ଓ ଏହାର ସଫଳ ରୂପାୟନ ହୋଇଥିବାରୁ ପଞ୍ଚାୟତରେ ଭିତ୍ତି ଭୂମିର ବିକାଶ ହୋଇଛି । ଗ୍ରାମାଞ୍ଚଳର ଲୋକମାନେ ଏବେ ସହଜ ଓ ସୁବିଧାରେ ସ୍ୱାସ୍ଥ୍ୟ ଶିକ୍ଷା ଓ ଗମନାଗମନ ଭଳି ବିଭିନ୍ନ ମୌଳିକ ସୁବିଧା ହାତପାହାନ୍ତାରେ ପାଇପାରୁଛନ୍ତି ବୋଲି ଲୋକମାନଙ୍କୁ ଅବଗତ କରାଇଥିଲେ । ଟିଭି ପରଦା ସହ ନୃତ୍ୟ ଓ ସଙ୍ଗୀତ ମା୍ମମରେ ସରକାରୀ ଯୋଜନା ଏବଂ ବିକାଶର ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ‘ଆମ ପଞ୍ଚାୟତର ବିକାଶ’ ନାମକ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଉକ୍ତ ପଞ୍ଚାୟରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୫୦ ଲକ୍ଷ ଟଙ୍କା ବିନିଯୋଗ କରାଯାଇ ୧୧ଟି ପ୍ରକଳ୍ପ କରାଯାଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୧୩୭୪ ପରିବାରଙ୍କୁ ସାମିଲ କରାଯାଇଛି । କାଳିଆ ଯୋଜନାରେ ୧୦୮୧ ଜଣ କୃଷକଙ୍କୁ ସାମିଲ କରାଯାଇଛି । ସାମାଜିକ ସୁରକ୍ଷା ଯୋଜନାରେ ୮୮୦ ହିତାଧିକାରୀଙ୍କୁ ଭର୍ତ୍ତା ପ୍ରଦାନ କରାଯାଇଥିବା ବେଳେ ମିଶନ ଶକ୍ତି ଯୋଜନାରେ ୮୭ଟି ଗୋଷ୍ଠିକୁୁ ୨କୋଟି ୪୧ଲକ୍ଷ ୧୫ ହଜାର ଟଙ୍କା ବିନାସୁଧରେ ଋଣ ଦିଆଯାଇଛି । ୧୩୮୫ ପରିବାରକୁ ରାଶନ କାର୍ଡ ଓ ୭୨୯ ଗର୍ଭବତୀ ମହିଳାଙ୍କୁ ମମତା ଯୋଜନାରେ ସାମିଲ କରାଯାଇଥିବା ସରପଞ୍ଚ ଶ୍ରୀମତି ରାୟ ସୂଚନା ଦେଇଥିଲେ । ଶେଷରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।