
ଭୁୁବନେଶ୍ୱର,୨୯ା୩ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପ୍ରସିଦ୍ଧ ଶ୍ରୀ ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପର୍ଯ୍ୟଟନ ପୀଠରେ ୫-ଟି କାର୍ଯ୍ୟର ତ୍ୱରାନିତ ପାଇଁ ଉପଜିଲ୍ଲାପାଳ ଜ୍ୟୋତିଶଂଙ୍କର ନାୟକ ସମିକ୍ଷା କରିଛନ୍ତି । ସୁଚନାଯୋଗ୍ୟ ଗତ ୧୧ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ୨୪ କୋଟି ୯୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନେମାଳ ମହାପୁରଷ ଶ୍ରୀଶ୍ରୀ ଅଚ୍ୟୁତାନନ୍ଦଙ୍କ ପର୍ଯ୍ୟଟନ ପୀଠର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ପ୍ରକଳ୍ପର ଶୁଭ ଶିଳାନ୍ୟାସ କରରିଥିଲେ । ଉକ୍ତ ଅର୍ଥରେ ପ୍ରଥମ ପର୍ଯ୍ୟାୟରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମୁଖ୍ୟ ମନ୍ଦିର ନର୍ମାଣ, ଗୋପିନାଥ ଜୀୟୁଙ୍କ ନୁତନ ମନ୍ଦିର ନିର୍ମାଣ , ରୋଷ ଓ ପ୍ରସାଦ ଗୃହ ନିର୍ମାଣ,ଆନନ୍ଦ ବଜାର,ଶ୍ରଧାଳୁ ମାନଙ୍କ ନିମନ୍ତେ ଭକ୍ତ ନିବାସ,ଟ୍ରଷ୍ଟ କାର୍ଯ୍ୟାଳୟ,ଶୈାଚାଳୟ ଓ ଭଣ୍ଡାର ଗୃହ ସହିତ ଶୈାନ୍ଦର୍ଯ୍ୟକରଣ ଆଦି କରାଯିବ ।

ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ଅପରାହ୍ନରେ ନେମାଳ ପଦ୍ମବନ ପୀଠକୁ ଆସି ବିଭିନ୍ନ ବ୍ୟକ୍ତିଙ୍କ ସହ ପୀଠର ଉନ୍ନତି ସଂପର୍କରେ ଆଲୋଚନା କରିବା ସହ ପୀଠକୁ ସଂଲଗ୍ନ କରୁଥିବା ରାସ୍ତାକୁ ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ ହଟାଇ ବୁଝାସୁଝା କରି ସରକାର ରାସ୍ତା ବାହାର କରିବା ଓ ଆବସ୍ୟକ ଜମି ଅଧିଗ୍ରହଣ ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠକୁ ପ୍ରତ୍ୟହ ରାଜ୍ୟ ତଥା ଓଡିଶା ବାହାରୁ ଶହଶହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସୁଛନ୍ତି । ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ବିଭିନ୍ନ ସୁବିଧା କିଭଳି ଭାବରେ କରାଯିବ ତାର ସମାଧାନ ସଂପର୍କରେ ସୁଚନା ଦେେଇଥିଲେ । ଏହି ଅବସରରରେ ଚତୁପାଶ୍ୱର୍ରେ ଆବଶକୀୟ ସ୍ଥାନ ନିରୁପଣ କରିବା ସହିତ ଜବରଦଖଲ ହୋଇଥିବା ରାସ୍ତାଗୁଡିକର ପୁନରୁଦ୍ଧାର ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା ।ତେବେ ଖୁବ ଶିଘ୍ର ପୀଠର ରୂପରେଖ ବଦଳିଯିବ ବୋଲି ଉପଜିଲ୍ଲାପଳ ସୁଚନା ଦେଇଥିଲେ ।