January 29, 2025

ଭୁବନେଶ୍ୱର, ୨୫ା୧ (ଭୟୋସ ଅଫ୍ ଇଣ୍ଡିଆ) :-ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ଓ ମହାପୁରୁଷ ଅଚ୍ୟୁତାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ‘ବିଶ୍ୱ ଓଡିଆ ଭାଷା ସମ୍ମିଳନୀ’ ଆୟୋଜନ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ନୂଆ-ଓ ଯୋଜନାରେ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି ।ଏହି ଅବସରରେ ଓଡିଆ ଭାଷା ସାହିତ୍ୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତିଆଧାରିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶଙ୍କର ପ୍ରସାଦ ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ସାଲେପୁର ସ୍ୱୟସାସିତ ମହାବିଦ୍ୟାଳୟର ଅଧ୍ୟାପିକା ଡଃ ବୈଜୟନ୍ତି ନାୟକ ଯୋଗଦେଇ ଜଗନ୍ନାଥ ସଂସ୍କୃତିରେ ଜୀବନଧାରଣାର ବିଭିନ୍ନ ଦିଗ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବେ ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟର ଅଧ୍ୟାପିକା ଡଃ ତାପସୀ କାଣ୍ଡୀ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଡଃ ଗିରିଜାକାନ୍ତ ଦାସ ,ବାଣିଜ୍ୟ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ବିପିନ ବିହାରି ଦାସ , ଓଡିଆ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଗଗନ ବିହାରି ଦାସ ପ୍ରମୁଖ ଯୋଗଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସକଳ ମାନବବାଦ ତଥା ମାନବ ଜାତିର ଅସ୍ମିତାର ପ୍ରତୀକ ବୋଲି ମତପୋଷଣ କରିବା ସହିତ ଜନମାନସରେ ଚେତନା ଜାଗ୍ରତ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ନିତ୍ୟାନ୍ତ ଅପରିହାର୍ଯ୍ୟ ବୋଲି ଉଦ୍‌ବୋଧନ ଦେଇଥିଲୋ । । ଯୁକ୍ତ ଦୁଇ ନୋଡାଲ ଅଧିକାରୀ ଅଧ୍ୟାପିକା ଡ.ଦିପ୍ତିମୟୀ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଯୁକ୍ତ ତିନି ନୋଡାଲ ଅଧିକାରୀ ଅଧ୍ୟାପକ ଚିତରଞ୍ଜନ ଜେନା ସ୍ୱାଗତ ଭାଷଣ ପ୍ରଦାନ ଓ ଅଧ୍ୟାପକ ନନ୍ଦନନ୍ଦନ ବସନ୍ତିଆ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପିକା ବିଜୟଲକ୍ଷ୍ମୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *