ଭୁବନେଶ୍ବର ,୧୯ା୧୨(ଭୟେସ ଅଫ୍ ଇଣ୍ଡିଆ) :- ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ନେମାଳ ପରିସରରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପକ୍ଷରୁ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶଂଙ୍କର ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଯୋଗ ଗୁରୁ ଦିତକରଂଞ୍ଜନ ମହାପାତ୍ର ଯୋଗଦେଇ ଯୋଗ ଶିକ୍ଷା ସଂପର୍କରେ ସୁଚନା ଦେବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଯୋଗଶିକ୍ଷା ପ୍ରଦାନ କରିଥିଲେ ।
ନୋଡାଲ ଅଫିସର ପ୍ରାଧ୍ୟାପକ ବିପିନ ବିହାରି ଦାସ, ପ୍ରାଧ୍ୟାପକ ଗଗନ ବିହାରି ଦାସ ଯୋଗ ପ୍ରଶିକ୍ଷଣ ଓ ତାର ଉପକାରିତା ସଂପର୍କରେ ସୁଚନା ପ୍ରଦାନ କରିଥିଲେ । ଉକ୍ତ ଯୋଗ ପ୍ରଶିକ୍ଷଣ ଶିବିରକୁ ଆସୋସିଏଟ ନୋଡାଲ ଅଫିିସର ଅଧ୍ୟାପିକା ବିପ୍ଲବିନୀ ସିଂହ ,ଲେଫ୍ଟନାଣ୍ଟ ଅଧ୍ୟାପକ ସୁଶାନ୍ତ କୁମାର ସାହୁ,ଅଧ୍ୟାପକ ବିବେକାନନ୍ଦ ଜେନା ଓ ଅଧ୍ୟାପିକା ରଞ୍ଜୁଲତା ସାହୁ ପ୍ରମୁଖ ପରିଚାଳନା କରିଥିଲେ ।