
ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ. ପାଣ୍ଡିଆନ୍ ଏବଂ କଟକ ସଦର ମାନ୍ୟବର ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କ ଯଥେଷ୍ଟ ଉଦ୍ୟମ ଓ ସହଯୋଗ କରିଥିବାରୁ ଏନେଇ ଲକ୍ଷ ଲକ୍ଷ ଭକ୍ତ ସମୁହ ଭାବେ କୃତଜ୍ଞତା ଜ୍ଞାପନ କରିବା ସହ ସାଧୁବାଦ ମଧ୍ୟ ଜଣାଇଛନ୍ତି ।
ଭୁୁବନେଶ୍ୱର,୧୦ା୦୩(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ଆସନ୍ତା ୧୧ ତାରିଖ ଦିନ ପୂର୍ବାହ୍ନ ୧୧ଘଟିକା ୩୦ମିନିଟ୍ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚ୍ଚୁଆଲ୍ ମୋଡ୍ ମାଧ୍ୟମରେ ଐତିହାସିକ ପୌରାଣିକ ପୀଠ ଶ୍ରୀ ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ନେମାଳ ସ୍ଥିତ ଗାଦି ଓ ପୀଠ ର ଉନ୍ନତି କରଣ ନିମନ୍ତେ ପ୍ରାଥମିକ ସ୍ତରରେ ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଯାଉଛି ।

ଏନେଇ ଦେବୋତ୍ତର ବିଭାଗ ଆଯୁକ୍ତଙ୍କ ଅନୁମତି ପ୍ରଦାନ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ କାର୍ଯ୍ୟାଳୟ ମଧ୍ୟ ସହମତି ପ୍ରଦାନ କରିଛନ୍ତି । ପୀଠ ର ଉନ୍ନତି କରଣ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୨୩ କୋଟି ଟଙ୍କା ପ୍ରଦାନ କରିଛନ୍ତି ।


ଏହା ପୀଠର ପାରିପାର୍ଶ୍ୱିକ ଉନ୍ନତି ଓ ଶ୍ରୀ ଗୋପୀନାଥଜୀଉ ଓ ମହାପୁରୁଷ ଅଚ୍ୟୁତାନନ୍ଦ ମନ୍ଦିର ନିର୍ମାଣ କାର୍ଯ୍ୟରେ ବିନିଯୋଗ କରାଯିବ । ଏନେଇ ଉନ୍ନତି କରଣ ର ନକ୍ସା ସହ ସମସ୍ତ ପ୍ରକାର ପ୍ରସ୍ତୁତିପର୍ବ ମଧ୍ୟ ଶେଷ ହୋଇଛି ।ତେବେ ଏହି ଖବର ପ୍ରଚାରିତ ହେବା ପରେ ଅଚ୍ୟୁତ ପ୍ରେମୀ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଏକ ପ୍ରକାର ଖୁସିର ଲହରୀ ଖେଳିଯାଇଛି ।

ତେବେ ମାଳିକା ବର୍ଣ୍ଣିତ ଐତିହାସିକ ପୀଠ ର ଉନ୍ନତି ଦିଗରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ. ପାଣ୍ଡିଆନ୍ ଏବଂ କଟକ ସଦର ମାନ୍ୟବର ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କ ଯଥେଷ୍ଟ ଉଦ୍ୟମ ଓ ସହଯୋଗ କରିଥିବାରୁ ଏନେଇ ଲକ୍ଷ ଲକ୍ଷ ଭକ୍ତ ସମୁହ ଭାବେ କୃତଜ୍ଞତା ଜ୍ଞାପନ କରିବା ସହ ସାଧୁବାଦ ମଧ୍ୟ ଜଣାଇଛନ୍ତି ।



