
ନିଶ୍ଚିନ୍ତକୋଇଲିରେ ୱାର୍ଡ ସଭ୍ୟସଭ୍ୟାଙ୍କ ସ୍ୱତନ୍ତ୍ର ଦିନିକିଆଣ ଶିବିର ପ୍ରଶିକ୍ଷ
ଭୁବନେଶ୍ୱର,୬।୯(ଭୟେସ ଅଫ୍ ଇଣ୍ଡିଆ) :କଟକ ଜିଲ୍ଲାର ପ୍ରମୁଖ ବ୍ଲକ ନିଶ୍ଚିନ୍ତକୋଇଲି ପଂଚାୟତ ସମିତି ସଭାଗୃହ ସମ୍ମିଳନୀ କକ୍ଷରେ ଜନାର୍ଦ୍ଦନପୁର, ନେମାଳ, କଳମିଶ୍ରୀ, କେନ୍ଦୁପାଟଣା ଓ କୋଲଣପୁର ଗ୍ରାମ ପଂଚାୟତର ସମସ୍ତ ୱାର୍ଡ ସଭ୍ୟସଭ୍ୟାମାନଙ୍କୁ ନେଇ ଏକ ଦିନିକିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତରାଜ ପ୍ରତିଷ୍ଠାନ ତଥା କଟକ ଜିଲ୍ଲା ପରିଷଦର ମିଳିତ ସହଯୋଗରେ ଆୟୋଜିତ ଉକ୍ତ ପ୍ରଶିକ୍ଷଣ ଶିବିରକୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିରଞ୍ôଚ ନାରାୟଣ ବେହେରା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ତୃଣମୂଳ ସ୍ତରର ପଂଚାୟତରାଜ ବିଭାଗ ଲୋକପ୍ରତିନିଧିମାନଙ୍କ ତ୍ୱରାନ୍ୱିତ ଲୋକସେବା ପ୍ରତି ଅଙ୍ଗିକାରବଦ୍ଧତାକୁ ସୂଚାଇଥିଲେ । ପଂଚାୟତଗୁଡିକରେ ସାମ୍ବାଧାନିକ ବ୍ୟବସ୍ଥା ଅନୁସାରେ ଦୀର୍ଘସ୍ଥାୟୀ ବିକାଶ, ପଂଚାୟତରାଜ ଅନୁଷ୍ଠାନ ଗୁଡିକର ବର୍ଦ୍ଧିତ ଭୂମିକା, ମୌଳିକ ସେବା ଯୋଗାଣ, ଜନସାଧାରଣଙ୍କ ସହଭାଗିଦାର, ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଧିଷ୍ଟ ଅର୍ଥର ସଦୁପଯୋଗ, ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ବିକାଶ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଉଦ୍ଦିଷ୍ଟ କାର୍ଯ୍ୟ ସଂପର୍କରେ ତାଲିମ ପ୍ରଦାନ କରାଯାଇଛି । ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ମନୋଜ କୁମାର ପଢିହାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଏସ୍.ଆଇ.ଆର.ଡି. ପ୍ରଶିକ୍ଷକ ପରିବେଶବିତ୍ ପ୍ରମୋଦ କୁମାର ଦାଶ ଏବଂ କୃଷ୍ଣଚନ୍ଦ୍ର ସାମନ୍ତରାୟ ଯୋଗଦେଇ ତ୍ରିସ୍ତରୀୟ ପଂଚାୟତରାଜ ବ୍ୟବସ୍ଥା, ପଲ୍ଲୀସଭା, ଗ୍ରାମସଭା, ମହିଳା ସଭା, ବାଳସଭା, ଗ୍ରାମ ପଂଚାୟତ ସ୍ତରୀୟ ବିଭିନ୍ନ କମିଟି, ଅର୍ଥ କମିଶନ ଅନୁଦାନର ସୁପରିଚାଳନା, ଜଳ ଓ ପରିମଳ, ଜଳକର ଆଦାୟ, ଅନୁମୋଦନୀୟ କାର୍ଯ୍ୟ ଖସଡା, ପଂଚାୟତ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମହାତ୍ମାଗାନ୍ଧୀ ନରେଗା, ପ୍ରାକୃତିକ ସମ୍ବଳର ପରିଚାଳନା, ଜୀବିକା ବୃଦ୍ଧି କାର୍ଯ୍ୟ, ବିପର୍ଯ୍ୟୟ ପରିଚାଳନା ଆଦି କାର୍ଯ୍ୟରେ ୱାର୍ଡ ସଦସ୍ୟସଦସ୍ୟାମାନଙ୍କ ଦାୟିତ୍ୱ ଓ ଭୂମିକା ସଂପର୍କରେ ସବିଶେଷ ତଥ୍ୟ ରଖିଥିଲେ । ଏହି ତାଲିମ କାର୍ଯ୍ୟକ୍ରମକୁ ସିପି ତାପସ ତନୟ ପଟ୍ଟନାୟକ, ରାକେଶ କୁମାର ବେହେରା, ସୌମ୍ୟ ରାୟ, ପ୍ରଶାନ୍ତ କୁମାର ବେହୁରା, ମଦନ ହେମ୍ବ୍ରମ୍ବ, ଅଞ୍ଜନା ଜେନା, ଇତିଶ୍ରୀ ରାଉତ ପ୍ରମୁଖ ସଂଚାଳନ କରିଥିଲେ ।