November 1, 2024

ଭୁବନେଶ୍ୱର,୩୦ା୬(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକର ଏକ ସମୀକ୍ଷ୍ୟା ବୈଠକ ପଞ୍ଚାୟତ ସମିତି ସଭାଗୃହରେ ମଣ୍ଡଳ ଉନ୍ନୟନ ଅଧିକାରୀ ବିରଞ୍ଚିନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଶନିବାର ମଧ୍ୟାହ୍ନରେ  ଅନୁଷ୍ଠିତ ହୋଇଥିଲା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ନବ ନିର୍ବାଚିତ ଯୁବ ବିଧାୟକ ଦ୍ୱୟଙ୍କୁ  ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l

ନିଶ୍ଚିନ୍ତକୋଇଲି ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବେହେରାଙ୍କ ନେତୃତ୍ୱରେ ସମସ୍ତ ବିଭାଗର ସରକାରୀ କର୍ମଚାରୀ ଏହି ସମ୍ବର୍ଦ୍ଧନା ସମାରୋହରେ ସାମିଲ ହେବା ଦେଖିବାକୁ ମିଳିଥିଲା l ପ୍ରଥମେ ମାହାଙ୍ଗା ବିଧାୟକ ଶ୍ରୀମାନ ସାରଦା ପ୍ରସାଦ ପ୍ରଧାନ ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କ ସହିତ ସୌଜନ୍ୟ ମୂଳକ ଆଲୋଚନା କରିଥିଲେ l ସରକାରଙ୍କ ସମସ୍ତ  ଜନହିତକର ଯୋଜନା କିପରି ଗ୍ରାମାଞ୍ଚଳର ପ୍ରତେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଂଚିବ ସେଥିପାଇଁ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।ବ୍ଲକରେ ପ୍ରତି ପଞ୍ଚାୟତର ଘରେ ଘରେ ସାଧାରଣ ଲୋକଙ୍କୁ ମେଘା ପ୍ରକଳ୍ପରେ ସ୍ଵଚ୍ଛ ପାନୀୟ ଜଳ ପ୍ରଦାନ , ସରକାରୀ ସ୍କୁଲ ଓ କଲେଜର ଉନ୍ନତିକରଣ ସହ କିପରି ଅଧିକରୁ ଅଧିକ ଛାତ୍ରଛାତ୍ରୀ ସରକାରୀ ଶିକ୍ଷ୍ୟନୁଷ୍ଠାନ ପ୍ରତି ମନଵଳାଇବେ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ । ଯୋଗ୍ୟ ହିତାଧିକାରୀଙ୍କୁ ମାଗଣା ଚାଉଳ , ବୟସ୍କ ବୃଦ୍ଧ ବୃଦ୍ଧା ଦିବ୍ୟାଙ୍ଗଙ୍କୁ ଭତ୍ତା ପ୍ରଦାନ , ଛପର ଘରେ ରହୁଥିବା ଯୋଗ୍ୟ ଗରୀବ ପରିବାରକୁ ପକ୍କାଘର ଯୋଗାଣ ସହ ପରିମଳ ଯୋଜନାରେ ପର୍ଯ୍ୟାପ୍ତ ପାଇଖାନା ନିର୍ମାଣ, କୃଷି ଓ କୃଷକର ଉନ୍ନତି ପାଇଁ ସମସ୍ତ ଚାଷ ଜମିକୁ ଜଳ ଯୋଗାଣ ଓ ଜଳ ନିଷ୍କାସନ,ସମାଜମଙ୍ଗଳ ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ସହାୟତା ପ୍ରଦାନ ଉପରେ ଗୁରୁତ୍ୱ ଦେଇ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ବିଶେଷ କରି ଗ୍ରାମାଞ୍ଚଳରେ ବିଭିନ୍ନ ଯୋଜନାରେ ନିର୍ମାଣ ହୋଇଥିବା ପକ୍କା ରାସ୍ତାର ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗକୁ ଲକ୍ଷ୍ୟ ରଖି ୨୦୧୪ ମସିହାରୁ ୨୦୨୪ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଏକ ମାସ ମଧ୍ୟରେ ପ୍ରଦାନ କରିବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ସେହିପରି କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ କଟକ ସଦର ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ୧୪ ଗୋଟି ପଞ୍ଚାୟତର ସମୀକ୍ଷ୍ୟା କରି ସରକାରଙ୍କ ବିଭିନ୍ନ ଯୋଜନା ସଠିକ ଢଙ୍ଗରେ କିପରି  ଜନସାଧାରଣଙ୍କ ପାଖରେ ସୁଚାରୁରୂପେ ପହଂଚିବ ସେଥିପାଇଁ ପ୍ରଶାସନିକ ଅଧିକାରୀଙ୍କ ସହଯୋଗ ଲୋଡ଼ିଥିଲେ । ଉକ୍ତ ସମୀକ୍ଷ୍ୟା ବୈଠକରେ ଏବିଡ଼ିଓ ଅଶୋକ କୁମାର ମହାନ୍ତି , ବ୍ଲକ ସହକାରୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର ସିଡ଼ିପିଓ ସତ୍ୟଭାମା ବିଶୋଇ , ବିଇଓ ଲକ୍ଷହୀରା ଲାବଣ୍ୟବତି ବେହେରା ପାନୀୟ ଜଳ ଯୋଗାଣର ସହକାରୀ ଯନ୍ତ୍ରୀ ଚିନ୍ମୟ ବେହେରା  ଏବଂ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *