ଭୁବନେଶ୍ୱର ୧୪ା୮ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ନିଶ୍ଚିନ୍ତକୋଇଲି ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ପଞ୍ଚମ ପଂଚାୟତ ସମିତି ବୈଠକ ତା.୧୪.୦୮.୨୦୨୪ ରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ, ନିଶ୍ଚିନ୍ତକୋଇଲି ତହସିଲଦାର ଅନୀତା ନାୟକ, ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ନିଶ୍ଚିନ୍ତକୋଇଲି ମଣ୍ଡଳ ଉନ୍ନୟନ ଅଧିକାରୀ ବିରଞ୍ôଚ ନାରାୟଣ ବେହେରା, ପଂଚାୟତ ସମିତି ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରତିନିଧି ମଳୟ କୁମାର ଘଡେଇ, ପଂଚାୟତ ସମିତି ଅଧିନରେ ଆସିଥିବା ସମସ୍ତ ପଂଚାୟତର ସରପଂଚ, ସମିତିସଭ୍ୟସଭ୍ୟା, ଜିଲ୍ଲାପରିଷଦ ସଭ୍ୟସଭ୍ୟା , ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅଶୋକ କୁମାର ମହାନ୍ତି, ସହକାରୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର , ବିଜୟ କୁମାର ସେଠୀ, ବିଜୟ କୁମାର ସେନାପତି, ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟତଃ ଏହି ବୈଠକରେ ଚାରିଗୋଟି ବିଷୟରେ ଆଲୋଚନା କରାଯାଇଥିଲା । ସେଥିମଧ୍ୟରୁ ବନ୍ୟା ପ୍ରତିରୋଧ ଓ ପରିଚାଳନା, ମହାତ୍ମାଗାନ୍ଧୀ ନିଶ୍ଚିନ୍ତକର୍ମନିଯୁକ୍ତି ଯୋଜନା, କୃଷି, ଉଦ୍ୟାନ କୃଷି ଓ ଡିଜିଟାଲ ଫସଲ ସର୍ଭେକ୍ଷଣ, ସଂର୍କରେ ଆଲୋଚନା ସହିତ ଅନ୍ୟ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ସରପଂଚ ସମିତି ସଭ୍ୟ ସଭ୍ୟାଙ୍କଠାରୁ ଆରମ୍ଭ କରି ଜିଲ୍ଲାପରିଷଦ ସଭ୍ୟ ସଭ୍ୟା ଓ ବିଧାୟକମାନଙ୍କର ପ୍ରଶାସନ ସହିତ ସମନ୍ୱୟ ରହିଲେ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ବେଳକୁ ନିଶ୍ଚିନ୍ତକୋଇଲି ପଂଚାୟତ ସମିତି କଟକ ଜିଲ୍ଲା କାହିଁକି ସାରା ରାଜ୍ୟରେ ଏକ ଆଦର୍ଶ ପଂଚାୟତ ସମିତିରେ ପରିଣତ ହେବ ବୋଲି ଆଲୋଚିତ ହୋଇଥିଲା । ନିଶ୍ଚିନ୍ତକୋଇଲି ଥାନା ପକ୍ଷରୁ ଥାନା ଅଧିକାରୀ ଯୁଗଳ କିଶୋର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନାରେ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।