
ଭୁବନେଶ୍ୱର,୧୮ା୦୭ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଗୁରୁବାର ଦିନ ଉଦ୍ଯାପିତ ହୋଇଯାଇଛି । ଏହି ଉତ୍ସବ ମାହାଙ୍ଗାର ନବନିର୍ବାଚିତ ବିଧାୟକ ଶ୍ରୀମାନ୍ ଶାରଦ ପ୍ରଧାନଙ୍କ ପୌରୋହିତ୍ୟରେ ମୁଖ୍ୟଅତିଥି ଭାବେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ଦେବେନ୍ଦ୍ର କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟବକ୍ତା ଭାବେ କଟକ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ, ବିଶିଷ୍ଟ ଅତିଥି ଭାବେ କେନ୍ଦ୍ରାପଡା ମାନ୍ୟବର ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଯୋଗଦେଇ ବିଦ୍ୟାଳୟର ହୀରକ ଜୟନ୍ତୀର ଉଦ୍ଯାପନୀ ଉତ୍ସବରେ ଛାତ୍ରଛାତ୍ରୀମାନଙ୍କୁ ଏବଂ ପୁରାତନ ଛାତ୍ରମାନଙ୍କୁ ଭୂୟଶୀ ପ୍ରଶଂସା କରିଥିଲେ । ଏହି ହୀରକ ଜୟନ୍ତୀ ଉତ୍ସବକୁ ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କ ଦ୍ୱାରା ଦୀର୍ଘ ଦିନ ହେବ ଜୟନ୍ତୀ ପାଳନ କରିବା ପାଇଁ ପ୍ରଚେଷ୍ଟା କରିଥିଲେ ମଧ୍ୟ ତାହା ହୋଇପାରିନଥିଲା ।

ଆଜିର ଏହି କାର୍ଯ୍ୟକ୍ରମକୁ ମାହାଙ୍ଗାର ନବ ନିର୍ବାଚିତ ବିଧାୟକ ଶ୍ରୀ ଶାରଦା ପ୍ରଧାନ ହୀରକ ଜୟନ୍ତୀ କମିଟିର ଆବାହକ ହୋଇ ଅହମ୍ମଦ ବକ୍ସ ହାଇସ୍କୁଲର ୬୦ ବର୍ଷ ପୂର୍ତ୍ତୀ ପାଳନ କରାଇବାରେ ସଫଳ ହୋଇଛନ୍ତି । ଏଥିସହିତ ଶିକ୍ଷା ବିଭାଗର ଆଗାମୀ ଦିନର ସରକାରଙ୍କ ସମୟରେ ହୋଇଥିବା ବହୁ ଅସୁବିଧା ଓ ଦୁର୍ନୀତିର ସମସ୍ୟା ଉପରେ ଆଲୋଚନା କରି ବର୍ତ୍ତମାନ ସରକାର ଶିକ୍ଷା ବିଭାଗରେ ଶିକ୍ଷକ ଅଭାବ, ଚାଷୀଙ୍କୁ ଉପଯୁକ୍ତ ସମ୍ମାନ ଦେବା, ଏହାସହିତ ବଜେଟ୍ରେ ଶିକ୍ଷାଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯିବାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ପ୍ରକାଶ କରିଥିଲେ । ଏହାସହିତ ଉପସ୍ଥିତ ଅନ୍ୟ ଅତିଥିମାନେ ନିଜର ବକ୍ତବ୍ୟରେ କହିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହଯୋଗ ରହିଲେ ଓଡିଶାରେ ଉପୁଜୁଥିବା ଶିକ୍ଷା ବ୍ୟବସ୍ଥାର ଦୂରାବସ୍ଥା ଦୂର ହୋଇ ପାରିବ । ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ଅଡିଟୋରିୟମ୍ ହଲ୍ ଓ ପିଲାମାନଙ୍କର ଦକ୍ଷତା ବିକାଶ ସହିତ ଗୁଣାତ୍ମକ ଶିକ୍ଷାର ବିକାଶ କିପରି ଭାବେ ହୋଇପାରିବ ସେ ନେଇ ବର୍ତ୍ତମାନର ସରକାର ଯତ୍ନବାନ ଅଛନ୍ତି । ବିଗତ ଦିନରେ ଦୁର୍ନୀତିର ଅଳିଆ ଗଦା ମାହାଙ୍ଗାରୁ ଆରମ୍ଭ ହୋଇ ସମଗ୍ର ଓଡିଶାରେ ଅଳିଆ ହୋଇଛି,ଯାହାକୁ ସମାଧାନ କରିବା ପାଇଁ ବର୍ତ୍ତମାନ ସରକାର ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହାସହିତ ଓଡିଶା ଡବଲ ଇଂଜିନ୍ ସରକାର ଦେଇଥିବା ନିର୍ବାଚନୀ ଇସ୍ତାହାରକୁ ପାଳନ କରିବ ବୋଲି ପ୍ରତିଶୃତିବଦ୍ଧ ଅଛ୍ନ୍ତି । ମାହାଙ୍ଗା ବିଧାୟକ ଶାରଦା ପ୍ରଧାନକୁ ଆଜିର ଏହି କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ ଉଦ୍ୟୋକ୍ତା ଯୋଗୁ ଉପସ୍ଥିତ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ସୋରଡା ବିଧାୟକ ନୀଳମଣି ବିଶୋଇ ଏବଂ ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ କାଦମ୍ବିନୀ ମଲ୍ଲିକ ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ସୂଚନାରୁ ପ୍ରକାଶ ଯେ ଆଜିର ଏହି କାର୍ଯ୍ୟକ୍ରମରେ ବିଜେପି କର୍ମୀ ଓ ସ୍ୱାଧୀନ ବିଧାୟକଙ୍କ ମଧ୍ୟରେ ବାକ୍ ବିତଣ୍ଡା ହୋଇଥିବାର ଶୁଣିବାକୁ ମିଳୁଛି । ଗତକାଲି ବୁଧବାର ଦିନ ବିଦ୍ୟାଳୟ ପରିସରରେ ହୀରକ ଜୟନ୍ତୀ କମିଟି ଆନୁକୂଲ୍ୟରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରାତନ ଛାତ୍ର ଓ ବିଦ୍ୟାଳୟର ପୁରାତନ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉତ୍ସବରେ କଟକ ଜିଲ୍ଲାପାଳ ଅରବିନ୍ଦ ଡାକୁଆ, ମାଧ୍ୟମିକ ଶିକ୍ଷାଅଧିକାରୀ ମନୋରଂଜନ ମଲ୍ଲିକ, ଜିଲ୍ଲା ଶିକ୍ଷାଧିକାରୀ ସନ୍ତୋଷ କୁମାର ରାଉତ, ବ୍ଲକ ଶିକ୍ଷାଅଧିକାରୀ ଲକ୍ଷେହୀରା ଲବଣ୍ୟବତୀ ବେହେରା ପ୍ରମୁଖ ଉପସ୍ଥିତ ରହି ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସମସ୍ତଙ୍କୁ ପ୍ରଶଂସା କରିଥିଲେ । ବିଦ୍ୟାର୍ଥୀମାନେ ଶ୍ରଦ୍ଧା, ଭକ୍ତି ଓ ନିଷ୍କାମ ଭାବନା ନେଇ ବିଦ୍ୟାମନ୍ଦିରରୁ ଆର୍ଶିବାଦ ପ୍ରାପ୍ତ ହେବାକୁ ବିଧାୟକ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ । ଶେଷରେ ପୁରାତନ ଛାତ୍ର, ଅଭିଭାବକ ଏବଂ ବୁଦ୍ଧିଜୀବୀମାନେ ଏକାଠି ହୋଇ କାର୍ଯ୍ୟକଲେ ଏହି ବିଦ୍ୟାଳୟରୁ ଶହ ଶହ ଭଲ ମଣିଷ ସୃଷ୍ଟି ହୋଇପାରିବେ ବୋଲି ଅତିଥିମାନେ କହିଥିଲେ ।