January 27, 2025

ଭୁବନେଶ୍ୱର,୨୮ା୦୧ (ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ଟିପିସିିଓଡିଏଲ୍ ପ୍ରିମିୟର ଲିଗ୍ ନେମାଳ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି । କନିଷ୍ଠ ଯନ୍ତ୍ରୀ ବାଣିଜ୍ୟ ଅରବିନ୍ଦ ସାହୁଙ୍କ ସଂଯୋଜନା ଓ ସଚ୍ଚିଦାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଟୁର୍ଣ୍ଣାମେଣ୍ଟକୁ ନେମାଳ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଅମୀୟ କୁମାର ମହାନ୍ତି ଆନୁଷ୍ଠାନିକ ଭାବେ ପ୍ରଦିପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଉକ୍ତ ମ୍ୟାଚ୍‌ରେ ନିଶ୍ଚିନ୍ତକୋଇଲି, ଅସୁରେଶ୍ୱର, ଓରିକଣ୍ଟା, ସାଲେପୁର- ୧ ମୋଟ ୪ ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ୍‌ରେ ଓରିକଣ୍ଟା ଅସୁରେଶ୍ୱର ଟିପିସିଓଡିଏଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଓରିକଣ୍ଟା ଟିପିସିଓଡିଏଲ ନିର୍ଦ୍ଧାରିତ ୧୦ ଓଭରରେ ୭୮ରନ୍ କରିଥିଲା ବେଳେ ଏହାର ଜବାବରେ ଅସୁରେଶ୍ୱର ଟିପିସିଓଡିଏଲ୍ ୯ ଓଭରରେ ଆବଶ୍ୟକ ରନ୍ ସଂଗ୍ରହ କରି ଚମ୍ପିୟନ ହୋଇଥିଲା ।ପରେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ଇଂ. ବିଳାସ ଭୋଇ, ସମିତିସଭ୍ୟ ବିଶ୍ୱେନ୍ଦୁ ମହାରଣା, ପ୍ରାକ୍ତନ ସରପଂଚ ଶଶୀକାନ୍ତ ମହାନ୍ତି,କନିଷ୍ଠ ଯନ୍ତ୍ରୀ ବାଣିଜ୍ୟ ଅସୁରେଶ୍ୱର ଆଶିଷ କୁମାର ନାୟକ, ଏମ୍‌.ବି.ସି. ସୁପରଭାଇଜର ରମାକାନ୍ତ ମହାନ୍ତି, ଲାଇନମ୍ୟାନ୍ ବି ନିଳାଦ୍ରୀନାଥ ମହାନ୍ତି, ଓରିକଣ୍ଟା ସୁପରଭାଇଜର ଅଜିତ୍ ନାୟକ, ଅସୁରେଶ୍ୱର ସୁପରଭାଇଜର ଗୌରାଙ୍ଗ ସାହୁ, ନିଶ୍ଚିନ୍ତକୋଇଲି କନିଷ୍ଠ ଯନ୍ତ୍ରୀ ବାଣିଜ୍ୟ ସନ୍ଦୀପ୍ ସ୍ୱରୂପ ସାହାଣୀ ,ସାଲେପୁର ସୁପରଭାଇଜର ଜ୍ୟୋତିରଂଜନ ଦାସ ପ୍ରମୁଖ ଯୋଗଦେଇ ବିଜୟୀ ଓ ରନର୍ସଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ରାଜୀବ ମହାରଣା, ମ୍ୟାନ୍ ଅଫ୍ ଦି ସିରିଜ୍ ଭାବେ ଦୀପୁନା ମଲିକ ବିବେଚିତ ହୋଇ ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଉକ୍ତ କ୍ରୀଡାକୁ ଦୁର୍ଯ୍ୟୋଧନ ସ୍ୱାଇଁ, ଶୁଭକାନ୍ତ ରାଉତ, ଜୀବନ ଦଳାଇ, କୁନା ଲେଙ୍କା, ସୁୁବ୍ରତ ଭୂୟାଁ,କୈଳାସ ବଳ, ଦେବାଶିଷ ବାରିକ, ବିଶ୍ୱସୁନ୍ଦର ସାହୁ, ଯଶୋବନ୍ତ ପୃଷ୍ଟି, ମନୋରଂଜନ ପ୍ରଧାନ, କାଳନ୍ଦୀ ପରିଡା, ଟୁନା ମଲ୍ଲିକ, ଦେବାଶିଷ ଷଢଙ୍ଗୀ, ରଂଜିତ୍ ପୁହାଣ, ସୁଶାନ୍ତ ସାହୁ, ଗୌତମ ଦାସ, ସୁଧୀର ପରିଡା, କାହ୍ନୁ ଦାସ, ଅଚ୍ୟୁତାନନ୍ଦ ମଲ୍ଲ, ବିଶ୍ୱସୁନ୍ଦର ସାହୁ, ଲକ୍ଷ୍ମୀଧର ବେହେରା, ବିଶ୍ୱଜିତ୍ ଦାସ, ସୁବାସ ସିଂ, ରାଜକିଶୋର ମଲ୍ଲିକ, ହରେକୃଷ୍ଣ ବେହେରା, ବିଶ୍ୱଜିତ୍ ପ୍ରଧାନ, ପରମାନନ୍ଦ ବାରିକ, ହେମନ୍ତ ବାରିକ, ସୁବାସ ନାୟକ, ଗଗନ ଜେନା, ବଳରାମ ସ୍ୱାଇଁ, ଦୁଃଶାସନ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ସଂପୂର୍ଣ୍ଣ ଖେଳର ଧାରାବିବରଣୀ ସେକ୍ ରକି ପ୍ରଦାନ କରିଥିଲେ । ଶେଷରେ ସାମ୍ବାଦିକ ଗୋବିନ୍ଦ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *