ଡେସ୍କ ,(ଭୟେସ ଅଫ୍ ଇଣ୍ଡିଆ/ପ୍ରମୋଦ କୁମାର ଦାଶ) :- ଓଡିଶୀ ନୃତ୍ୟର ଅସ୍ମିତାରେ ସମଗ୍ର ବିଶ୍ୱକୁ ସମ୍ପର୍କିତ ଓ ସମ୍ପ୍ରସାରିତ କରି ସର୍ବଜନାଦୃତ କରିବାରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ସଂଯୁକ୍ତା ପାଣିଗ୍ରାହୀଙ୍କ ଅବଦାନ ଅନନ୍ୟ। ସମ୍ମାନ ଜନକ ପଦ୍ମଶ୍ରୀ ପ୍ରାପ୍ତ ଏହି ମହାନ ସାରସ୍ଵତ ସାଧିକାଙ୍କ ଜନ୍ମ ୨୪ଅଗଷ୍ଟ ୧୯୪୪ମସିହା ଓଡ଼ିଶା ର ବ୍ରହ୍ମପୁର ଠାରେ। ସ୍ୱଳ୍ପ ଜୀବନ ପରିଧି ମଧ୍ୟରେ ସେ ଓଡ଼ିଶୀ ନୃତ୍ୟ ସାଧନା ସହ ବିଶିଷ୍ଟ ସଙ୍ଗୀତଜ୍ଞ ରଘୁନାଥ ପାଣିଗ୍ରାହୀଙ୍କୁ ସ୍ବାମୀ ଭାବେ ଗ୍ରହଣ କରିଥିଲେ। ୧୯୯୭ମସିହା ଜୁନ ୨୪ତାରିଖ ରେ ତାଙ୍କର ଦେହାନ୍ତ ହୋଇଥିଲା। ସଂପ୍ରତି ଓଡ଼ିଶାରେ “ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ ଟ୍ରଷ୍ଟ”ବିଗତ ୨୦୦୧ ଠାରୁ ପ୍ରତି ବର୍ଷ ମେଧା ଓଡ଼ିଶୀ ନୃତ୍ୟାଙ୍ଗନା ମାନଙ୍କୁ ବୃତ୍ତି ଦେବା ସହ ସଫଳ ନୃତ୍ୟ ଶିଳ୍ପୀ ମାନଙ୍କୁ ସମ୍ମାନୀତ କରାଯାଉଛି। ଆଜିର ପବିତ୍ର ଦିବସ ଅବସରରେ ସେହି ପୁଣ୍ୟାତ୍ମାଙ୍କୁ ଭଏସ ଅଫ ଇଣ୍ଡିଆର କୋଟି ପ୍ରଣାମ।