November 1, 2024

ଭୁବନେଶ୍ବର: ,୦୬ ।୦୧(ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :ପଞ୍ଚାୟତ ଉଚ୍ଚ ଓ ଉପ୍ରା ବିଦ୍ୟାଳୟ,କଣ୍ଟାପାରୀର ୩୪ ତମ ଏବଂ ମଣ୍ଡଣ ଉପ୍ରା ବିଦ୍ୟାଳୟ ପ୍ରମୁଖ ମିଳିତ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଦୁଇଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ଉକ୍ତ କ୍ରୀଡା ଉତ୍ସବକୁ ଶିକ୍ଷାବିତ ଅକ୍ଷୟ କୁମାର ସାହୁ ଉଦ୍‌ଘାଟନ କରିଥିଲେ । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ରାଉତରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନ ଉତ୍ସବରେ ହାଇସ୍କୁଲର ବରିଷ୍ଠ ଶିକ୍ଷକ ବିଜୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ କେଦାରନାଥ ସାହୁ ବିବରଣୀ ପାଠ ଓ ଶିକ୍ଷକ ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃନ୍ଦାବନ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ ।ସେହିପରି ଉଦ୍‌ଯାପନୀ ଉତ୍ସବରେ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ରାଉତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ସ୍କୁଲର ପ୍ରତିଷ୍ଠାତା ଆଇନଜିବୀ ନାରାୟଣ ଦ୍ୱିବେଦୀ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ନେମାଳ ଅଚ୍ୟୁତାନନ୍ଦ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶଚିତାନନ୍ଦ ଦାସ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଆରସିସି ଅମିତା ସାହୁ ,ସ୍କୁଲ କମିଟି ସଭାପତି ଶ୍ରୀମାଞ୍ଚଳ ପରିଡା , ପ୍ରଧାନ ଶିକ୍ଷକ ସାନ୍ତନୁ କର ପ୍ରମୁଖ ଯୋଗ ଦେଇଥିଲେ । ଏହି ଉତ୍ସବ ଅବସରରେ ଜାତିୟ ସ୍ତରରେ ଭଲି ବଲରେ ମନୋନିତ ହୋଇଥିବା ପ୍ରାକ୍ତନ ଛାତ୍ର ସୁଭମଜ୍ୟୋତି ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷ ବରିଷ୍ଠ ବାଳିକା ବିଭାଗରେ ଲିପସା ପ୍ରିୟଦର୍ଶନୀ ଦାସ ଓ ବାଳକ ବିଭାଗରେ ମନୋଜ କୁମାର ସାହୁ, କନିଷ୍ଠ ବାଳିକା ବିଭାଗରେ ସରସ୍ୱତୀ ବେହେରା ଓ ବାଳକ ବିଭାଗରେ ରୁଦ୍ରେଶ୍ୱର ମଲିକ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ । କ୍ରୀଡା ପ୍ରତିଯୋଗୀତାକୁ କ୍ରୀଡାଶିକ୍ଷକ ଅମର ବଲ୍ଲଭ ଦାସ ଓ ଅକ୍ଷୟ କୁମାର ସାହୁ ପରିଚାଳନା କରିଥିବା ବେଳେ ଶିକ୍ଷକ ସୁଧୀର ବିଶ୍ୱାଳ,ସୁକାନ୍ତି ମହାପାତ୍ର ,ସୁଜାତା ଖୁଣ୍ଟିଆ ,ସଚିତ୍ରାନନ୍ଦ ସ୍ୱାଇଁ, ସଦାଶିବ ଦ୍ୱିବେଦୀ,ପଞ୍ଚାନନ୍ ଭୁୟାଁ ,ଦୁଲ୍ଲଭ ପ୍ରସାଦ ଦାସ ପ୍ରମଖ ସହଯୋଗ କରିଥିଲୋ ।ଶେଷରେ ଶିକ୍ଷକ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *