
ପିଡ଼ିଏସ ଡିଲର ମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ ଅଭିଯୋଗ
ଡେସ୍କ , ଭୁବନେଶ୍ୱର,୨୬ା୮ (ଭୟେସ ଅଫ୍ ଇଣ୍ଡିଆ) :- ସରକାର ୨୦୧୩ ମସିହା ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ନୂତନ ରେସନକାର୍ଡ ପ୍ରଦାନ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ନିୟମ କରିଥିଲେ । ପ୍ରଶାସନର ଜ୍ଞାତସାରରେ ଦୁର୍ନୀତିର ଗନ୍ତାଘର ପରିଣତ ହୋଇଥିବା ନିଶ୍ଚିନ୍ତକୋଇଲି ଓ କଟକ ସଦର ବ୍ଲକ ଯୋଗାଣ ବିଭାଗର ଜ୍ଞାତସାରରେ ସମସ୍ତ ଡିଲର ଖାଉଟିଙ୍କ ଚାଉଳକୁ ଲୁଟିକରି ଖାଉଥିବାର ଅଭିଯୋଗ ହୋଇଥିବା ବେଳେ ପିଡ଼ିଏସ ଡିଲର ମାନଙ୍କ ଠାରୁ ବିଭାଗିୟ ଅଧିକାରୀ ମାନେ ମୋଟା ଅଙ୍କର ଅର୍ଥ ଆଦାୟ କରୁଛନ୍ତି । କଟକ ସଦର ବ୍ଲକ ଏବଂ ନିଶ୍ଚିନ୍ତକୋଇଲି ବ୍ଲକରେ ଯେତେ ପି ଡ଼ି ଏସ ଡିଲର ରହିଲେ ସେମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଖୋଦ ଯୋଗାଣ ଅଧିକାରୀଙ୍କ ଦ୍ୱାରା ଆଦାୟ କରାଯାଉଛି ବୋଲି ବହୁ ଡିଲର ନିଜ ନାମକୁ ଗୁପ୍ତରଖି ସୁଚନା ଦେଇଛନ୍ତି । । ଯଦି କୈାଣସି ଡିଲର ମୋଟା ଅର୍ଥ ଦବା ପାଇଁ ଅରାଜି ହୁଏ ତେବେ ତାକୁ ଧମକ ମଧ୍ୟ ଦିଆ ଯାଉଛି କି ଡିଲରୁ ତମକୁ ବାଦ କରିଦିଆ ଯିବା ସହିତ ଭିଜିଲାନ୍ସ ରେ ଦେଇଦବୁ ବୋଲି ଧମକ ଦେଉଛନ୍ତି ଅଧିକାରୀ । ଉକ୍ତ ଘଟଣା ସଂପର୍କରେ କଟକ ସଦର ଯୋଗାଣ ଅଧିକାରୀ ନିହାର ରଞ୍ଜନ ସ୍ୱାଇଁଙ୍କୁ ପଚାରିବାରେ ସେ କୁହନ୍ତି ଉକ୍ତ ଘଟଣା ସମ୍ପୁର୍ଣ୍ଣ ତଥ୍ୟହିନ ଓ ମିଥ୍ୟା ,ସେହିପରି ନିଶ୍ଚିନ୍ତକୋଇଲି ଯୋଗାଣ ଅଧିକାରୀ କେଦାରନାଥ ପ୍ରଧାନି କୁହନ୍ତି ଉକ୍ତ ତଥ୍ୟ ମିଥ୍ୟା ଓ ଭିତ୍ତିହୀନ । ସୁଚନାଯୋଗ୍ୟ କଟକ ସଦର ଅନ୍ତର୍ଗତ ମୋଟ ୬୬ଜଣ ଡିଲର ଦାୟିତ୍ୱରେ ଥିବା ବେଳେ ୬ ହଜାର କ୍ୱିଣ୍ଟାଲରୁ ଉର୍ଦ୍ଦ ଚାଉଳ ଯୋଗାଣ କରାଯାଉଥିବା ବେଳେ କମିସନ ବାବଦରେ ଡିଲର ମାନଙ୍କୁ କ୍ୱିଣ୍ଟାଲ ପିଛା ୯୦ ଟଙ୍କା ଓ ୧୦୪ ଟଙ୍କା ପ୍ରଦାନ କରାଯାଉଛି । ତେବେ ଉକ୍ତ ଘଟଣା ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟସତ୍ୟ ଲୋକଲୋଚନକୁ ଆସି ପାରିବ ବୋଲି ସାଧାରଣରେ ଚର୍ଚ୍ଚା ଯୋର ଧରିଥିବା ବେଳେ ରାଜ୍ୟ ସରକାର ଉକ୍ତ ଘଟଣା ସଂପର୍କରେ ନଜର ଦେବା ପାଇଁ ଦାବି ହୋଇଛି ।