November 1, 2024

ନୂଆଦିଲ୍ଲୀ:(ଭଏସ୍ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ କରିବେ। ୨୦୨୪ ଜାନୁଆରୀ ୨୨ ତାରିଖରେ ଦିନ ୧୨.୩୦ରେ ଉଦଘାଟନ ସମାରୋହ କାର୍ଯ୍ୟକ୍ରମ ରହିଛି। ଉଦଘାଟନ ଉତ୍ସବରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମତି ଦେଇଥିବା ସୂଚନା ମିଳିଛି।

ଆଜି ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ କରି ସୂଚନା ଦେବା ସହ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କର୍ମକର୍ତ୍ତା ତାଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରୁଥିବା ଫୋଟ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟର ପୋଷ୍ଟରେ ଲେଖିଛନ୍ତି ଯେ ଆଜି ଏକ ଭାବନାରେ ପରିପୂର୍ଣ୍ଣ ଦିନ। ସମ୍ପ୍ରତି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କର୍ମକର୍ତ୍ତାମାନେ ମୋ ବାସଭବନରେ ମୋତେ ଭେଟିବାକୁ ଆସିଥିଲେ। ଏହି ଅବସରରେ ସେମାନେ ଶ୍ରୀ ରାମ ମନ୍ଦିରରେ ପ୍ରାଣପ୍ରତିଷ୍ଠା ଅବସରରେ ମୋତେ ଅଯୋଧ୍ୟାକୁ ଆସିବାକୁ ନିମନ୍ତ୍ରଣ କରିଥିଲେ। ମୁଁ ନିଜକୁ ବହୁତ ଧନ୍ୟ ମନେ କରୁଛି। ଏହା ମୋର ସୌଭାଗ୍ୟ ଯେ ମୋ ଜୀବନ କାଳ ମଧ୍ୟରେ ମୁଁ ଏହି ଐତିହାସିକ ଘଟଣାର ସାକ୍ଷୀ ହେବି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟରେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *