
ଭୁବନେଶ୍ୱର,୨୯ା୦୧ (ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ପ୍ରଥମ ସ୍ଥାନ ହାସଲ କଲା ଓଡ଼ିଶା ପ୍ରଜ୍ଞାପନ ମେଢ । ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ ଶ୍ରେଷ୍ଠ ବୋଲି ଘୋଷଣା ହୋଇଛି । ବିଚାରକମଣ୍ଡଳୀ ଦ୍ବାରା ଓଡ଼ିଶାର ପ୍ରଜ୍ଞାପନ ମେଢକୁ ପ୍ରଥମ ସ୍ଥାନ ପ୍ରଦାନ କରାଯାଇଛି । ପ୍ରଜ୍ଞାପନ ମେଢରେ ଗୁଜରାଟ ଦ୍ବିତୀୟ ସ୍ଥାନରେ ଥିବାବେଳେ ତାମିଲନାଡୁ ତୃତୀୟ ସ୍ଥାନରେ ରହିଛି । କହିରଖୁଛୁ ନାରୀ ସଶକ୍ତିକରଣକୁ ନେଇ ଓଡ଼ିଶାର ପ୍ରଜ୍ଞାପନ ମେଢ ପ୍ରସ୍ତୁତ ହୋଇଥିଲା । ନୂଆଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ଅବସରରେ ୧୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲା ।