January 27, 2025

ଭୁବନେଶ୍ୱର,୧୭ା୦୧ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :–ନେମାଳ ଥାନା ଅନ୍ତର୍ଗତ ଜନାର୍ଦ୍ଧନପୁର ପ୍ରଶିଦ୍ଧ ଶନିଶ୍ଚର ପୀଠରେ ଚଳିତ ମାସ ଶୁକ୍ଳ ଅଷ୍ଟମୀ ୨୧ ତାରିଖ ଠାରୁ ପଞ୍ଚଦିବସ ବ୍ୟାପି ନବ ନିର୍ମିତ ନବଗ୍ରହହ ମନ୍ଦିର ଓ ନବଗ୍ରହ ବିଗ୍ରହର ପୁନଃ ପ୍ରତିଷ୍ଠା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଫସିଏ ଗୋଲଖ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବହୁ ଶ୍ରଧାଳୁ ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁୁ ସଚେତନ ତଥା କ୍ରିୟାଭିମୁଖି ଭାବରେ କାର୍ଯ୍ୟ କରିବାକୁ ଉପସ୍ଥିତ ସ୍ଥାନିୟ ଜନସାଧାରଣ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ପାନିୟ ଜଳ , ସ୍ୱାସ୍ଥ୍ୟ , ଗମନାଗମନ , ଆଇନଶୃଖଳା , ପୀଠର ଚତୁଃପାଶ୍ୱର୍ରେ ଥିବା ପ୍ରବେଶ ପଥର ତିନିଶହ ମିଟର ପରିଧି ବାହାରେ ଯାନବାହନ ପାର୍କିଂର ବ୍ୟବସ୍ଥା କରିବା , ପ୍ରତ୍ୟେକ ସ୍ୱେଛାସେବି ଓ ଭିଆଇପିଙ୍କୁ ପରିଚୟପତ୍ର ପ୍ରଦାନ ଉପରେ ଅଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଦିବସରୁ ଅଙ୍କୁରାରୋପଣ, ଧାନ୍ୟାଧୂବାସ, ବାସ୍ତୁପୂଜା କରାଯିବା ପରେ କଳସ ଯାତ୍ରା ଅନୁଷ୍ଠିତ ହେବା ପରେ ମଙ୍ଗଳଘଟସ୍ଥାପନ, ସୂର୍ଯ୍ୟପୂଜା, ଗୋ-ପୂଜା, ମଣ୍ଡଳାଦି ପୂଜା, ବେଦପାଠ, ଅଗ୍ନୀସ୍ଥାପନ, ବେଦ ପାଠ, ଦେବତା ନଗର ଭ୍ରମଣ, ଯଜ୍ଞାରମ୍ଭ ମନ୍ଦିର ତଥା ଶ୍ରୀ ଦେବବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇ ଶ୍ରୀ ଶ୍ରୀ ଦେବତା ମାନଙ୍କୁ ମନ୍ଦିର ବିଜେ କରାଯିବାର ବ୍ୟବସ୍ଥା କରାଯିବା ସହିତ ପ୍ରତ୍ୟେହ ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୁଚନା ଦିଆଯାଇଛି । ଉକ୍ତ ବୈଠକରେ ଶତାଧିକ ଗ୍ରାମବାସୀ ଯୋଗଦେଇଥିବା ବେଳେ ଶେଷରେ ଏଫସିଏ ଡ଼ିମ୍ପଲ ଚୌଧୁରୀ ଧନ୍ୟବାଦ ଅର୍ଫଣ କରିଥିଲେ ।

Leave a Reply

Your email address will not be published. Required fields are marked *