November 1, 2024

ପୁରୀ,୨୩।୮ (ଭୟେସ ଅଫ୍ ଇଣ୍ଡିଆ) :- : ଶୁକ୍ରବାର ପୁଣି ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଏସ୍‌ଓପି ଅନୁସାରେ ସେବାୟତଙ୍କ ସହାୟତରେ ଭିତର ରତ୍ନଭଣ୍ଡାରୁ ଖାଲି କରାଯାଇଥିବା ଆଲମାରୀ ଓ ସିନ୍ଦୁକକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜଗମୋହନରୁ ବେହରଣ ଦ୍ବାର ଦେଇ ପଶ୍ଚିମଦ୍ବାର ନିକଟ ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମ୍‌ରେ ସ୍ଥାନାନ୍ତର କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ଶୁକ୍ରବାରେ ଏହି ସୂଚନା ଦେଇଛନ୍ତି। ଏପରିକି ଭିତର ରତ୍ନଭଣ୍ଡାରୁ କିଛି ଛଡାଯାଇ ନାହି। ବାହାରିଥିବା ଅଳିଆ ଆବର୍ଜନାକୁ ମଧ୍ୟ ଗଣ୍ଡୁଳି କରି ରୁମ୍‌ରେ ରଖାଯାଇଥିବା ମୁଖ୍ୟ ପ୍ରଶାସକ ପାଢ଼ୀ ପାଢ଼ୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଏଥିରେ ଥିବା ସମସ୍ତ ଅଳଙ୍କାର ଷ୍ଟ୍ରଙ୍ଗରୁମରେ ରଖାଯାଇଛି।

ଏପରିକି ଭିତରେ ରତ୍ନଭଣ୍ଡରାର ଥିବା ଏକ ଲୁହା ସିନ୍ଦୁକ ସ୍ଥନାନ୍ତରଣ ବେଳେ ବାହାରକୁ ବାହାରିବା ସମ୍ଭବ ନ ହେବାରୁ ବାହାର ରତ୍ନଭଣ୍ଡାର କାଠ କବାଟ କଟାଯାଇ ଏହାକୁ ବାହାର କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପାଢୀ କହିଛନ୍ତି। ସିନ୍ଦୁକ, ଆଲମିରା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବା ପରେ ବର୍ତ୍ତମାନ ଏସ୍‌ଆଇକୁ ଚିଠି ଲେଖାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ଏପରିକି ଏଏସ୍‌ଆଇ ଆବଶ୍ୟକ ସ୍କାନିଂ କରି କିଛି ଜିନିଷ ଥିଲେ ସନ୍ଧାନ କରିବ। ଆବଶ୍ୟକ ସ୍କାନିଂ ପରେ ଏଏସ୍‌ଆଇ ମରାମତି କାର୍ଯ୍ୟ କରିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ସେହିପରି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ତାଙ୍କ ପ୍ରତିକ୍ରିୟାରେ ସରକାରଙ୍କ ସ୍ବତନ୍ତ୍ର ଏସ୍‌ଓପି ଅନୁସାରେ ଶାନ୍ତି ଶୃଙ୍ଖଳାର ସହିତ ଭିତର ରତ୍ନଭଣ୍ଡାରୁ ଆଲମାରୀ ଓ ସିନ୍ଦୁକ ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମ୍‌କୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି।

ଅପରାହ୍ନ ୨ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସ୍ଥାନାନ୍ତର ବେଳେ ସାଧାରଣ ଦର୍ଶନ ବନ୍ଦ ରହି ଥିବା ବେଳେ ଆନନ୍ଦ ବଜାରରୁ ଅବଢ଼ା ମିଳିଥିଲା। ସ୍ଥାନାନ୍ତରଣ ଶେଷ ପରେ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ସ୍ଥାନାନ୍ତରଣ ବେଳେ ଟେକନିକାଲ ଟିମ୍‌ ଶ୍ରୀମନ୍ଦିର ଭିତରେ ଉପସ୍ଥିତ ରହିଥିଲେ। ଏପରିକି ଓଡ୍ରାଫ, ଅଗ୍ନିଶମ ଏବଂ ସ୍ନେକ ହେଲପ ଲାଇନ ସଦସ୍ୟ ମଧ୍ୟ ସମ୍ପୂର୍ଣ୍ଣ ସଜାଗ ରହିଥିଲେ।

Leave a Reply

Your email address will not be published. Required fields are marked *