ଡେସ୍କ: ଜାତୀୟ ରକ୍ତହୀନତା ବିଲୋପ ଅଭିଯାନ ଅଧୀନରେ ୧ କୋଟିରୁ ଅଧିକ ଲୋକଙ୍କୁ ଯାଞ୍ଚ କରାଯାଇଥିବା ଜଣାପଡିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଏହାଦ୍ୱାରା ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରାଯାଇ ପାରିଛି। ଏହି ଅଭିଯାନରେ ଆସନ୍ତା ୩ ବର୍ଷରେ ୭ କୋଟି ଲୋକଙ୍କ ଯାଞ୍ଚ କରାଯିବ।
ରକ୍ତ ଶିକୁଳି ରୋଗ ଏକ ଜେନେଟିକ ରୋଗ ଯାହା ରୋଗୀର ସମଗ୍ର ଜୀବନକୁ ପ୍ରଭାବିତ କରିଥାଏ। ଏହା ଭାରତର ଆଦିବାସୀ ଜନସଂଖ୍ୟାରେ ଅଧିକ ଦେଖାଯାଏ କିନ୍ତୁ ଅଣ ଆଦିବାସୀମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ଦେଖାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଜୁଲାଇ ୧ରେ ମଧ୍ୟପ୍ରଦେଶର ଶାହଦୋଲରେ ଏହି ମିଶନ ଆରମ୍ଭ କରିଥିଲେ। ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଆଦିବାସୀ ତଥା ଅନ୍ୟ ଅଞ୍ଚଳରେ ରକ୍ତହୀନତା ଚିହ୍ନଟ ଓ ପରିଚାଳନା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।
ବିଶେଷ କରି, ୧୭ଟି ରାଜ୍ୟର ୨୭୮ ଜିଲ୍ଲାରେ ରକ୍ତହୀନତା ରୋଗ ଅଧିକ ମାତ୍ରାରେ ଚିହ୍ନଟ ହେଉଥିବାରୁ ସେହି ସବୁ ଅଞ୍ଚଳ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ସେହି ରାଜ୍ୟଗୁଡିକ ହେଉଛି ଗୁଜୁରାଟ, ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ, ଓଡିଶା, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଆସାମ, ଉତ୍ତରପ୍ରଦେଶ, କେରଳ, ବିହାର ଏବଂ ଉତ୍ତରାଖଣ୍ଡ।