January 30, 2025

ଡେସ୍କ,୭ା୦୨ (ଭୟୋସ ଅଫ୍ ଇଣ୍ଡିଆ) :- : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ରାଷ୍ଟ୍ରପତି ମୁର୍ମୁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଭବିଷ୍ୟତ ଲକ୍ଷ୍ୟ ବିଷୟରେ ପଚାରିଥିଲେ। ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ମୁର୍ମୁ ମେଟ୍ରୋରେ ଯାତ୍ରା କରିଛନ୍ତି। ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିବାରେ ସେ ହେଉଛନ୍ତି ଭାରତର ଦ୍ୱିତୀୟ ରାଷ୍ଟ୍ରପତି। ୨୦୧୨ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲ ମଧ୍ୟ ମେଟ୍ରୋରେ ଯାତ୍ରା କରିଥିଲେ।

ଏହି ଅବସରରେ ରାଷ୍ଟ୍ରପତି ମୁର୍ମୁ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନ (ଗେଟ୍ ନମ୍ବର ୪) ଏବଂ ଅମୃତ ଉଦ୍ୟାନ (ଗେଟ୍ ନଂ ୩୫) ମଧ୍ୟରେ ସକାଳ ସାଢ଼େ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପ୍ରତି ୩୦ ମିନିଟରେ ଅମୃତ ଉଦ୍ୟାନକୁ ଆସୁଥିବା ଏକ ଶଟଲ ବସ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

​ସେ କାଶ୍ମୀର ଗେଟ୍ – ରାଜା ନାହର ସିଂହ ଭାୟୋଲେଟ୍ ଲାଇନ୍ କରିଡରରେ ଥିବା କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନରେ ମେଟ୍ରୋ ଟ୍ରେନରେ ଚଢ଼ି ନେହେରୁ ପ୍ଲେସ୍ ମେଟ୍ରୋ ଷ୍ଟେସନ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲେ ଏବଂ ପରେ କେନ୍ଦ୍ରୀୟ ସଚିବାଳୟକୁ ଫେରି ଆସିଥିଲେ। ଦିଲ୍ଲୀ ମେଟ୍ରୋ ରେଳ ନିଗମର ପରିଚାଳନା ନିର୍ଦ୍ଦେଶକ ବିକାଶ କୁମାର ରାଷ୍ଟ୍ରପତିଙ୍କ ସହ ଏହି ଯାତ୍ରାରେ ସାମିଲ ହୋଇଥିଲେ। ଶ୍ରୀ କୁମାର ରାଷ୍ଟ୍ରପତିଙ୍କୁ ଡିଏମଆରସି କାର୍ଯ୍ୟର ବିଭିନ୍ନ ଦିଗ ବିଷୟରେ ଜଣାଇବା ସହ ଚାଲିଥିବା ନିର୍ମାଣ ପ୍ରକଳ୍ପ ବିଷୟରେ ମଧ୍ୟ ଅବଗତ କରାଇଥିଲେ।

Leave a Reply

Your email address will not be published. Required fields are marked *