ଭୁବନେଶ୍ୱର,୧୨ା୦୨ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ଗମନାଗମନଠାରୁ ଆରମ୍ଭ କରି ଶିକ୍ଷା,ସ୍ୱାସ୍ଥ୍ୟ ଏପରିକି ଚାଷୀମାନଙ୍କ ସୁବିଧା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଚେଷ୍ଟା କରି ଆସୁଥିବା ସହ ଗ୍ରାମାଞ୍ଚଳର ମାଆମାନେ ସ୍ୱାବଲମ୍ବୀ ହେଲେ ରାଜ୍ୟ ତଥା ଦେଶର ଉନ୍ନତି ହେବ ବୋଲି ଆଜି ବାବୁଜଙ୍ଗ ପଞ୍ଚାୟତରେ ଶୁଭ ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ମତ ଦେଇଛନ୍ତି । ପଞ୍ଚାୟତ ସରପଞ୍ଚ ମିଲନ ଭୁୟାଁଙ୍କ ଅଧ୍ୟକ୍ଷତାରେ ଅନ୍ୟତମ ଅତିଥି ଭାବରେ ଜିଲ୍ଲାପରିଷଦ ସଭ୍ୟ ଇଂ ବିଳାସ ଭୋଇ, ସିସିବି ନିର୍ଦ୍ଧେଶକ ଅଚ୍ୟୁତାନନ୍ଦ ଦାସ, ଏବିଡିଓ ଅଶୋକ ପ୍ରସାଦ ମହାନ୍ତି ,ଜିଲ୍ଲା ପରିଷଦ ସଭ୍ୟା ସୁଭଶ୍ରୀ ମହାନ୍ତି ,ପ୍ରୋଗ୍ରେସିଭ ଆସିଷ୍ଟାଣ୍ଟ ବିଷ୍ଣୁଚରଣ ବେହେରା,ବିମଲ ପଡିହାରୀ ,ଆଲୋକ ଖୁଣ୍ଟିଆ ,କିଶୋର ସାହାଣି ପ୍ରମୁଖ ଯୋଗଦେଇଥିଲେ । ଏହିଅବସରରେ ୭କୋଟି ୬୦ଲକ୍ଷ ଟଙ୍କା ବ୍ୟୟ ବରାଦରେ ତାରପୁର ବାଇପାସ ଠାରୁ ଚାରିରକବା ଭାୟା ବାବୁଜଙ୍ଗ ରାସ୍ତାର ପ୍ରସସ୍ତି କରଣ ପାଇଁ ବିଧାୟକ ଶ୍ରୀଯୁକ୍ତ ବେହେରା ଶୁଭ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀଯୁକ୍ତ ଜେନାଙ୍କୁ ଏକ ବିରାଟ ପଟୁଆରରେ ଶୁଭ ଶିଳାନ୍ୟାସ ସ୍ଥଳକୁ ହଜାର ହଜାର ଜନସାଧାରଣ ପାଛୋଟି ଆଣିବା ସମୟରେ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।