November 1, 2024

ଭୁବନେଶ୍ୱର,୨୨ା୯ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ସୂଚନା ଅଧିକାର କର୍ମୀ ସଂଗଠନ, ଓଡିଶା ର ପ୍ରଥମ ବାର୍ଷିକ ସଂମ୍ମିଳନୀ କଟକ ରେ ଅନୁଷ୍ଠିତ ହୋଇଯାଇଛି . ସଂଗଠନର ପ୍ରତିଷ୍ଠାତା ସନ୍ନତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟେଜିତ ସଭାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ସଦସ୍ୟ ପ୍ରମୁଖ ଅଂଶଗ୍ରହଣ କରି ନିଜସ୍ୱ ମତ ରଖିଥିଲେ. ଏହି ଅବସରରେ ସୂଚନା ଅଧିକାର ଆଇନ ସମ୍ବଳିତ 11 ଦଫା ଦାବୀ ସରକାରଙ୍କ ନିକଟରେ ରଖାଯାଇଥିଲା, ଏହି ଅବସରରେ ସଂଗଠନ ର ସଭାପତି ଡାକ୍ତର ସୁପ୍ରିୟ ସତ୍ୟଦର୍ଶି ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସମ୍ପାଦକ ବିଶ୍ୱରଂଜନ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ, ଉକ୍ତ କାର୍ଯ୍ୟକର୍ମରେ ସାମ୍ବାଦିକ ବିନୟ କୁମାର ଦାସ, ସାମ୍ବାଦିକ ପ୍ରଶାନ୍ତ ମହାନ୍ତି, ସାମ୍ବାଦିକା ସୁଜାତା ଗୋସ୍ୱାମୀ, ଲଳିତା ମଞ୍ଜରୀ ବେହେରା, ମନୋରଞ୍ଜନ ବାରିକ, ଇ ଦୁର୍ଗା ଶଙ୍କର କର, ରମେଶ ଚନ୍ଦ୍ର ବାରିକ, ପ୍ରଭାତ ମହାନ୍ତି, ବଟକୃଷ୍ଣ ନାୟକ, ଆଶିଷ କୁମାର ମହାନ୍ତି, ନିରଞ୍ଜନ ଦିବେଦୀ, ସୁରେନ୍ଦ୍ର ମହାନ୍ତି, ସେସଦେବ ସାମଲ ପ୍ରମୁଖ ଯୋଗ ଦେଇଥିବା ବେଳେ ଚିନ୍ମୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ,

Leave a Reply

Your email address will not be published. Required fields are marked *