ଭୁବନେଶ୍ୱର,୧୧ା୭ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନରେ ଥିବା ସହଦେବପୁର- ତରତଶାସନ ରାସ୍ତାର ପ୍ରଶସ୍ତ ଓ ଉନ୍ନତିକରଣ କାର୍ଯ୍ୟକୁ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ତରତ ରଠାରେ ଶୁଭ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି । କେନ୍ଦ୍ରାପଡ଼ା ପୂର୍ତ ବିଭାଗ ଅଧୀନରେ ଥିବା ୧୩ କି.ମି ବ୍ୟାପୀ ଏହି ରାସ୍ତାକୁ ୧୨ଫୁଟ ଓସାରକୁ ୧୮ ଫୁଟ କରାଯିବା ସହିତ ବିଭିନ୍ନ ସ୍ଥାନରେ ଉନ୍ନତିକରଣ କାର୍ଯ୍ୟ କରାଯିବା ପାଇଁ ସରକାରୀ ଅନୁଦାନ ଯୋଗାଇ ଦିଆଯାଇଛି । ଏହି ରାସ୍ତାଟି ତରତ, ଜମରା ଓ ବନ୍ଧକାଟିଆ ପଞ୍ଚାୟତ ଦେଇ ଯାଉଥିବାରୁ ଏହି ତିନୋଟି ପଞ୍ଚାୟତ ସହ ଦ୍ୱୀପାଞ୍ଚଳର ୯ଗୋଟି ପଞ୍ଚାୟତର ହଜାର ହଜାର ଲୋକ ଉପକୃତ ହେବେ । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ପରେ ଲୁଣା ଚିତ୍ରୋତ୍ପଳା ଦୀପାଞ୍ଚଳ ଲୋକମାନଙ୍କର ଦ୍ରୁତ ବିକାଶ ହୋଇପାରିବ ବୋଲି ଜଣାଯାଇଛି । ଶିଳାନ୍ୟାସ କାର୍ଯ୍ୟକ୍ରମରେ ନାରୀ ନେତ୍ରୀ ଯାଜ୍ଞସେନୀ ଜେନା, ଯୁବ ନେତା କୈଳାସ ବେହେରା ପ୍ରମୁଖଙ୍କ ସମେତ ହଜାର ହଜାର କର୍ମୀ ଯୋଗଦେଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ ଅସୁରେଶ୍ୱର ପଞ୍ଚାୟତ କୂଳଗାଁଈଶାଳୋ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ମଣ୍ଡଳ ଶିକ୍ଷାକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ମନୋଜ କୁମାର ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ବିଧାୟକଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ବିଦ୍ୟାଳୟ ଉନ୍ନୟନ କାର୍ଯ୍ୟ ସଂକ୍ରାନ୍ତରେ ଏକ ସମୀକ୍ଷା କରାଯାଇଥିଲା । ବିଦ୍ୟାଳୟର ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ଅଧ୍ୟକ୍ଷ ବିଧାୟକଙ୍କୁ ଅବଗତ କରାଇଥିଲେ । ପରେ ବିଧାୟକ ନିର୍ମାଣାଧୀନ ବାଳିକା ଓ ବାଳକ ଛାତ୍ରାବାସ କାର୍ଯ୍ୟକୁ ତଦାରଖ କରିଥିଲେ ।