January 27, 2025

ଭୁବନେଶ୍ୱର,୧୫ା୧୦(ଭୟେସ ଅଫ୍ ଇଣ୍ଡିଆ) ନେମାଳ ଥାନା ଅନ୍ତର୍ଗତ ନଗସପୁର ପଞ୍ଚାୟତସ୍ଥ ଶକୁନ୍ତଳା ଭୂୟାଁ ବିଦ୍ୟାପୀଠରେ ସ୍ୱର୍ଗତ ଶକୁନ୍ତଳା ଭୂୟାଁଙ୍କ ୨୬ତମ ଶ୍ରାର୍ଦ୍ଧବାର୍ଷିକ ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ସମାଜସେବୀ ଅନନ୍ତ କିଶୋର ଭୁୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରାଦ୍ଧ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ବିଦ୍ୟାଳୟ ଅନୁନିରୀକ୍ଷକ କୈଳାସ ଚନ୍ଦ୍ର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୈାରାଙ୍ଗ ଚରଣ ନାୟକ,ବିଦ୍ୟାଳୟ ପରିଚାଳନା କମିଟିର ପ୍ରାକ୍ତନ ସଭାପତି ସୁବାସ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇ ସମାଜ ସେବିକା ଶକୁନ୍ତଳା ଭୂୟାଁ ଜଣେ ଉଚ୍ଚକୋଟିର ସମାଜ ସେବିକା ଥିବା ସହିତ ନିଜ ଅଞ୍ଚଳରେ ଶିକ୍ଷାର ବିସ୍ତାର ଓ ଶିକ୍ଷାର ବିକାଶ ପାଇଁ ପ୍ରାଥମିକ ସ୍ତରରୁ ଆରମ୍ଭକରି ହାଇସ୍କୁଲ ଶିକ୍ଷାପର୍ଯ୍ୟନ୍ତ ସେ ଏକାଧିକ ବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ଏହି ଅବସରରେ ଗତ ସପ୍ତମ ଶ୍ରେଣୀ ବାର୍ଷିକ ପରିକ୍ଷାରେ ସବୋର୍ଚ୍ଚ ନମ୍ବର ରଖିଥିବା ଛାତ୍ରୀ ସରସ୍ୱତୀ ସାହୁଙ୍କୁ ଶକୁନ୍ତଳା ଭୁୟାଁ ମେଧା ପୁରସ୍କାର-୨୦୨୪ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରମାଣପତ୍ର ଓ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ନାୟକ ପ୍ରାରମ୍ବିକ ସୁଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୋବିନ୍ଦ ବାରିକ,କେଦାର ସାମଲ,ଦେବଦତ୍ତ ଦାସ,ଶାନ୍ତଲତା ସେଠୀ,ପ୍ରଭାବତୀ ନାୟକ,ଦିପ୍ତୀମୟୀ ନାୟକ ,ମାମିନା ନାୟକ,ବନ୍ଦିତା ପାଣିଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଯୋଗଦେଇଥିଲେ । ଶେଷରେ ସହକାରୀ ଶିକ୍ଷୟତ୍ରୀ ପ୍ରଣତୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *