January 27, 2025

କଟକ ,୨୬ା୮(ଭୟେସ ଅଫ୍ ଇଣ୍ଡିଆ/ପ୍ରଶାନ୍ତ ସିଂହ ) :- ଭାରତକୁ ଏକ ସାର୍ବଭୌମ୍ୟ, ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ, ସାଧାରଣତନ୍ତ୍ର ରୂପେ ଗଠନ କରିବାର ଲକ୍ଷ୍ୟ ନେଇ ଚିନ୍ତା, ଅଭିବ୍ୟକ୍ତି, ପ୍ରତ୍ୟୟ, ଧର୍ମୀୟ ବିଶ୍ୱାସ ଉପାସନାର ସ୍ୱତନ୍ତ୍ରତା, ସ୍ଥିତି ଓ ସୁବିଧା ସୁଯୋଗର ସମାନତାର ସୁରକ୍ଷା ସହ ବ୍ୟକ୍ତି ମର୍ଯ୍ୟଦା ରକ୍ଷା କରି ଭାତୃଭାବ ସୃଷ୍ଟି କରିବା ଲକ୍ଷ୍ୟରେ ସମ୍ବିଧାନ ଦିବସ ଅଭିପ୍ରେତ ବୋଲି ବକ୍ତାମାନେ ସମ୍ବିଧାନ ଦିବସ ଅବସରରେ ମତବ୍ୟକ୍ତ କରିଛନ୍ତି ।ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ପରିସରରେ ୨ଦିନଧରି ଅନୁଷ୍ଠିତ ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶଙ୍କର ପ୍ରସାଦ ନାୟକ ଅଧ୍ୟକ୍ଷତା କରିଥିଲେ । ଆୟେଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରାଧ୍ୟାପକ ବିପିନ ବିହାରି ଦାସ, ପ୍ରାଧ୍ୟାପକ ଗଗନ ବିହାରୀ ଦାସ, ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ଲେଙ୍କା, ଶିକ୍ଷାଜ୍ୟୋତି ଅଧ୍ୟାପକ ଅଭିମନ୍ୟୁ ସେଠୀ, ବିପ୍ଲବିନି ସିଂ, ପ୍ରଦୀପ କିଶୋର ବେହେରା, ଡ଼. ଦିପ୍ତିମୟୀ ବେହେରା ପ୍ରମୁଖ ଯୋଗଦେଇ ସମ୍ବିଧାନର ସମସ୍ତ ଧାରାକୁ ସର୍ବସାଧାରଣରେ ଆବାଳ ବୃଦ୍ଧ ବନିତା ତ୍ୱରିତ କରାଇ ଦେଶରେ ଶାନ୍ତି, ପ୍ରଗତି ଓ ସମୃଦ୍ଧିକୁ ନିଶ୍ଚିନ୍ତ କରାଇବାକୁ ଆହ୍ୱାନ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ସୁଧାଂଶୁ ଶେଖର ସ୍ୱାଇଁ,ଏବଂ ଅଧ୍ୟାପକ ସୂର୍ଯ୍ୟକାନ୍ତ ଥାପା ସଂଯୋଜନା କରିଥିବା ବେଳେ ସମ୍ବିଧାନର ମୁଖବନ୍ଧ ଅଧ୍ୟାପିକା ଡ. ଦୀପ୍ତିମୟୀ ବେହେରା ପାଠ କରଥିଲେ । ଏହି ଅବସରରେ ବହୁ ଛାତ୍ରଛାତ୍ରୀ ସଂଗୀତ, ନୃତ୍ୟ, ସାଧାରଣଜ୍ଞାନ, ପ୍ରବନ୍ଧ ଆଦି ପ୍ରତଯୋଗୀତାରେଅଶଂଗ୍ରହଣ କରିଥିବା ବେଳେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମର ଶିକ୍ଷାର୍ଥୀ ବାହିନୀର ଲେପଟନାଣ୍ଟ ଅଧ୍ୟାପକ ସୁଶାନ୍ତ କୁମାର ସାହୁଙ୍କ ଦ୍ୱାରା ଭବ୍ୟ ମାର୍ଚଫାଷ୍ଟ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର ଛାତ୍ରୀଙ୍କ ସହ ସ୍ଥାନୀୟ ଅଭିଭାବକମାନେ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *