
ଭୁବନେଶ୍ବର୧୨/୧୧/୨୩ ଭୟେସ ଅଫ୍ ଇଣ୍ଡିଆ (ବିନୟ କୁମାର ଦାସ): ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ମାସ ଡିସେମ୍ବର ୪ରୁ ଆରମ୍ଭ ହୋଇ ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ୧୯ ଦିନ ଧରି ଚାଲିବାକୁ ଥିବା ଏହି ଶୀତକାଳୀନ ଅଧିବେଶନରେ ୧୫ଟି କାର୍ଯ୍ୟଦିବସ ରହିଛି। ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଯେ ଅମୃତକାଳ ମଧ୍ୟରେ ହେବାକୁ ଥିବା ଏହି ଅଧିବେଶନରେ ସରକାର ସଂସଦୀୟ କାର୍ଯ୍ୟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏହାପୂର୍ବରୁ ସେପ୍ଟେମ୍ବର ମାସରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିଲା।
