
କଟକ -୧୮/୧୧/୨୩ (ଭୟେସ ଅଫ୍ ଇଣ୍ଡିଆ /ବିନୟ କୁମାର ଦାସ)-କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ସାନ୍ତପୁର ପଞ୍ଚାୟତକୁ ଆସି କାର୍ଯ୍ୟଚାଲିଥିବା ବିଭିନ୍ନ ପ୍ରକଳ୍ପର ସମିକ୍ଷା କରିବା ସହିତ ଆମ ଓଡିଶା ନବିନ ଓଡିଶା ଯୋଜନାରେ ୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରଂହସ ଗ୍ରାମର ଦକ୍ଷୀଣେଶ୍ୱରୀ କମ୍ୟୁନିଟି ଗୃହର ଶୁଭ ଶିଳାନ୍ୟସ କରିଥିଲୋ ।

ଏହିଅବସରରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବେହେରାଙ୍କୁ ସ୍ଥାନିୟ ଅଞ୍ଚଳବାସୀଙ୍କ ପକ୍ଷରୁ ଉପଢୈାକନ ,ପୁଷ୍ପଗୁଛ ଓ ପୁଷ୍ଫମାଳ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । କଟକ ଜିଲ୍ଲା ବିଜୁଜନତାଦଳ ସାଧାରଣ ସଂପାଦକ ନୃସିଂହ ଚରଣ ମୁଦୁଲିିଙ୍କ ସଂଯୋଜନା ଓ ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ତଥା କଟକ ଜିଲ୍ଲା ବିଜୁଜନତାଦଳ ଉପସଭାପତି ଅଚ୍ୟୁତାନାନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ବିଳାସ ଭୋଇ,ଜନାର୍ଦ୍ଧନପୁର ସରପଞ୍ଚ ବିଶ୍ୱଭୁଷଣ ନାୟକ,ଦ୍ୱିଜବର ପଣ୍ଡା,ଅମୁଲ୍ୟ ମହାନ୍ତି,ଭୈରବ ଚନ୍ଦ୍ର ଜେନା,ଅଟଳ ବିହାରି ମହାପାତ୍ର,ଦର୍ଶନୀ ନାୟକ,ଅରୁଣ କୁମାର ସିଂ,ସଂଜୁକ୍ତା ପୁହାଣ,କୈଳାସ ମହାପାତ୍ର,ସଂଦିପ ନାୟକ ,ଦେବାଶିସ ନାୟକ ପ୍ରମୁଖ ଯୋଗଦେଇଥିବା ବେଳେ ପ୍ରାକ୍ତନ ସରପଞ୍ଚ ପ୍ରାସାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲୋ ।
