ଭୁବନେଶ୍ୱର,(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :– ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡାସ୍ଥ ସେଣ୍ଟ ଜାଭିୟରସ ହାଇସ୍କୁଲର ପଞ୍ଚଦଶ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପନ ହୋଇଯାଇଛି । ଆସ୍ଥା ଚାରିଟେବୁଲ ଟ୍ରଷ୍ଟର ଚେୟାରମ୍ୟାନ ପ୍ରମିଳା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ନିଶ୍ଚିନ୍ତକୋଇଲି ତହସିଲଦାର ଅନୀତା ନାୟକ ଯୋଗଦେଇ ତିନି ଦିବସ ବ୍ୟାପୀ କ୍ରୀଡା ଉତ୍ସବର ଭୂୟଶୀ ପ୍ରଶଂସା କରିଥିଲେ । ବିଶିଷ୍ଟ ଅତିଥି ଭାବେ ମହାମହୀମ ରାଜ୍ୟପାଳଙ୍କ ଓ.ଏସ୍.ଡି. ତଥା ହିନ୍ଦୀ ଅଫିସର ଡ. ନାରାୟଣ ମୁଦୁଲି ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କ କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ଭବିଷ୍ୟତ ଜୀବନକୁ ସୁସ୍ଥ ପ୍ରଭାବ ପକାଇବ ବୋଲି ମତ ରଖିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡିଶା ସରକାର ତଥା ଜାତୀୟ ପୁରସ୍କାର ପ୍ରାପ୍ତ ପରିବେଶବିତ୍ ପ୍ରମୋଦ କୁମାର ଦାଶ ଯୋଗଦେଇ ସ୍ୱାସ୍ଥ୍ୟ ଏଭଳି ଏକ ମୁଖ୍ୟ ସଂପଦ ଯାହା ଛାତ୍ର ଛାତ୍ରୀମାନଙ୍କର ବିଦ୍ୟାଳୟ ସ୍ତରରୁ କ୍ରୀଡା ମାଧ୍ୟମରେ ବିକଶିତ ହୋଇ ଉତ୍କୃଷ୍ଟ ଜୀବନ ଧାରଣର ପରିଚୟ ପ୍ରଦାନ କରିଥାଏ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟର ଅଧ୍ୟକ୍ଷ ଗୋପବନ୍ଧୁ ରାଉତ ତିନି ଦିବସ ବ୍ୟାପୀ ଛାତ୍ର ଛାତ୍ରୀମାନଙ୍କ କ୍ରୀଡା ସମ୍ବନ୍ଧୀୟ କାର୍ଯ୍ୟକଳାପ ବର୍ଣ୍ଣନା କରି ଅତିଥିମାନଙ୍କୁ ଉକ୍ତ ବାର୍ଷିକ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇଥିଲେ । ବିଦ୍ୟାଳୟର ସଂପାଦକ ସ୍ମୃତି ରଂଜନ ରାଉତରାୟଙ୍କ ସଂଯୋଜନାକ୍ରମେ ବରିଷ୍ଠ ଶିକ୍ଷୟିତ୍ରୀ ଆରାଧନା ମିଶ୍ର ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଚିତାକର୍ଷକ ପ୍ୟାରେଡ ସହ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଚଳିତ ବର୍ଷର ଦଶମ ଶ୍ରେଣୀ ଛାତ୍ର ଦେବାଶିଷ ମଲିକ ବିଦ୍ୟାଳୟ ସ୍ତରୀୟ ଚମ୍ପିୟନ ହୋଇଥିଲେ । କ୍ରୀଡା ଶିକ୍ଷକ ଗୀତରଂଜନ ବେହେରାଙ୍କ କ୍ରୀଡା ପରିଚାଳନା କ୍ରମେ ଶିକ୍ଷୟିତ୍ରୀ ବିନତୀ ଶତପଥୀ, ଯୋଗମାୟା ପଣ୍ଡା, ରଞ୍ଜୁଲତା ବେହେରା, ପ୍ରଭାସିନୀ ସ୍ୱାଇଁ, ରଶ୍ମିରଂଜିତା ସ୍ୱାଇଁ, ଶୁଶ୍ରୀ ସ୍ନିଗ୍ଧାଞ୍ଜଳୀ, ଡଲିରାଣୀ ସିଂ, ମାନସୀ ନାୟକ, ମୋନାଲିସା ନାୟକ, ପ୍ରିୟଙ୍କା ସାମଲ, ରଶ୍ମିତା ସାହୁ, ଅନୁପମା ଶତପଥି, ମୋନାଲି ତ୍ରିପାଠୀ, ନିବେଦିତା ପ୍ରଧାନ, ଶାସ୍ୱତୀ ବେହେରା, ସୁପ୍ରିୟା ମହାନ୍ତି, ସରୋଜିନୀ ରାଉତ, ସଂଯୁକ୍ତା ସାହୁ, ସ୍ୱର୍ଣ୍ଣଲତା ସାହୁ, ବିନ୍ଦୁଶ୍ରୀ ପରିଜା, ସ୍ମୃତିଭାରତୀ ପ୍ରିୟଦର୍ଶିନୀ, ନମିତା ସାମଲ, ଲିଲି ମହାନ୍ତି, ଉପାସନା ପରିଜା, ଫରନାଜ ଅଲ୍ଲୀ, ମାନସ କୁମାର ରାଉତ, ଜଗଦୀଶ ନାଥ, ଜୟପ୍ରକାଶ ପାତ୍ର, ଜିତେନ୍ଦ୍ର ବେହେରା, ପବିତ୍ର କୁମାର ଜେନା, ଅଭିରାମ ସାହୁ, ଶାରଦା ପ୍ରସନ୍ନ ଜେନା, ତୃପ୍ତିରଂଜନ ସାହୁ ଓ ଦେବାଶିଷ ଦାସ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ଅତିଥିମାନଙ୍କ ଉପସ୍ଥିତିରେ ଚଳିତ ବର୍ଷର କ୍ରୀଡା ପତାକା ଅବତରଣ କରାଯାଇଥିଲା । ବିଦ୍ୟାଳୟର ଉପାଧ୍ୟକ୍ଷ ବିରଜା ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ତ୍ରିଦିବସ ବ୍ୟାପୀ କ୍ରୀଡା ସମାରୋହର ଉଦ୍ଯାପନୀ ଉତ୍ସବରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ତଥା ବହୁ ସଂଖ୍ୟକ ଅଭିଭାବକମାନେ ଉପସ୍ଥିତ ରହିଥିଲେ ।