January 27, 2025

ବିଶ୍ୱଶାନ୍ତି ପାଇଁ ବିଶ୍ୱ ଭାତୃତ୍ୱର ଆବଶ୍ୟକତା ଅପରିହାର୍ଯ୍ୟ

ଭୁବନେଶ୍ୱର,୧୭ା୦୧ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :– ବର୍ତ୍ତମାନ ପୃଥିବୀରେ ଶାନ୍ତି ଓ ସଦିଛା ନଥିବା ବେଳେ ଭାଇଚାରା ବୁଡିବାକୁ ଲାଗିଲାଣି । ବିଶ୍ୱର କୋଣେ ଅନୁକୋଣେ କେବଳ ଶତୃତା ହିଁ ଶତୃତା । ଏଭଳି ପୃଥିବୀରେ ଆମେ ପଦାର୍ପଣ କରିଛେ ଯେଉଁଥିରେ ଭାଇ ଭାଇରେ ଓ ଦେଶଦେଶ ମଧ୍ୟରେ କେବଳ ଯୁଦ୍ଧଂ ଦେହିଂର ଡାକରା । ତେଣୁ ଏହି ପରିପ୍ରେକ୍ଷିରେ ଯଦି ଦେଶ ଦେଶ ଭିତରେ ଉତମ ବୁଝାମଣା ଓ ବିଶ୍ୱଭାତୃତ୍ୱର ସମ୍ବଦ୍ଧ ଯୋଡା ନଯାଏ ତେବେ ବିଶ୍ୱର ତୃତିୟ ମହାସମର କେତେବେଳେ ଯେ ନ ଘଟିବ କେହି କହିପାରିବେ ନାହିଁ । ତେଣୁ ଆଧ୍ୟାତ୍ମିକ ଜଗତର ଗୁରୁ ଦେବଭୁମି ଭାରତ ବର୍ଷର ପ୍ରତ୍ୟକ ନରନାରୀ ବୈାଦ୍ଧିକ ଚିନ୍ତାଧାରାକୁ ଅବଲୋକନ କରି ବିଶ୍ୱରେ ଭାଇଚାରା ଓ ଆଧ୍ୟାତ୍ମିକ ଚିନ୍ତାଧାରା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ବୋଲି ଆଜି ଚିତ୍ରାଙ୍ଗୀ ଚିତ୍ରୋତ୍ତଳା ଉପକଣ୍ଠରେ ଅବସ୍ଥିତ ବୌଦ୍ଧ କୀର୍ତ୍ତି ବ୍ରହ୍ମାବଣଠାରେ ଗଢ଼ିଉଠିଥିବା ଅଗ୍ରଣୀ ଆ୍ମାତ୍ମିକ ସ୍ୱେଚ୍ଛାସେବୀ ସଂଗଠନ ଶ୍ରୀଜଗନ୍ନାଥ ବିଶ୍ୱଭାତୃତ୍ୱ ପରିବାର ସେବାସଂଘର ୨୫ତମ ପ୍ରତିଷ୍ଠା ଦିବସରେ ଯୋଗଦାନ କରି ଅତିଥି ମାନେ ମତପୋଷଣ କରିଥିଲେ । ଅନୁଷ୍ଠାନର ସଂସ୍ଥାପକ ତଥା ସଭାପତି ପ୍ରା୍ମାପକ ବିପିନ ବିହାରୀ ଦାସଙ୍କ ଅ୍ମକ୍ଷତାରେ ଆୟୋଜିତ ତ୍ରିଦିବସୀୟ ଆଧ୍ୟାତ୍ମିକ ସମାରୋହର ଉଦ୍‌?ଘାଟକ ଭାବେ ଶ୍ରୀମଦ୍ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌?ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ସ୍ୱାମୀ ଗୁରୁପାଦ ବ୍ରହ୍ମଅବଧୂତ ଶ୍ରୀ ଶ୍ରୀ ସୁକା ସୁକାନ୍ତ ଦାସଜୀ ମହାରାଜ ,ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ଦାସ,ବିଶିଷ୍ଟ ଅତିଥି ଆଇନଜୀବୀ ସୁରେଶ କୁମାର ପଣ୍ଡା, ସମ୍ମାନିତ ଭାବେ ପରିବେଷବିତ ପ୍ରମୋଦ କୁମାର ଦାସ,ପୂର୍ବତନ ଅଧ୍ୟକ୍ଷ, ସାଲେପୁର ମହାବିଦ୍ୟାଳୟ ଡଃ ହଳଧର ସାହୁ, ବାଗ୍ମୀ ଡଃ ପ୍ରସନ୍ନ କୁମାର ମହାପାତ୍ର, ଡଃ ଅଲେଖ ଖ ଚନ୍ଦ୍ର ପଢିହାରୀ ,ସାହିତ୍ୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବ୍ରହ୍ମା ଗୋସେଇଁ, ଶ୍ରୀ ବଳଭଦ୍ର ,ଶ୍ରୀ ଜଗନ୍ନାଥ, ମା ସୁଭଦ୍ରା ଓ ଚକ୍ର ଶ୍ରୀ ସୁଦର୍ଶନଙ୍କୁ ପୂଷ୍ୟାଭିଷେକ କରାଯାଇଥିବା ବେଳେ ରାସ ,ଭଜନ ସମାରରୋହ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ଶିକ୍ଷାବିତ୍ ବିଷ୍ଣୁଚରଣ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀ ଅଚ୍ୟୁତ ସେନା ର ପ୍ରତିଷ୍ଠାତା ତଥା ସମ୍ପାଦକ ବିନୟ କୁମାର ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ. ଉକ୍ତ କାର୍ଯ୍ୟକ୍ରମ ରେ ସମାଜ ସେବୀ ନନ୍ଦ କିଶୋର ଭୁୟାଁ, ଧୃବାନନ୍ଦ ରାଉତରାୟ, ଯତିନ୍ଦ୍ରନାଥ ଜେନା,ରବିନ୍ଦ୍ର ନାରାୟଣ ମହାପାତ୍ର,ପ୍ରଶାନ୍ତ କୁମାର ଜେନା ଯୁବ ସମାଜ ସେବୀ ଜଗବନ୍ଧୁ ସ୍ୱାଇଁ, ତ୍ରୈଲୋକ୍ୟ ପରିଡ଼ା ପର୍ଶୁରାମ ଦିକ୍ଷୀତ୍‌?, ଗୋପଳ ଚନ୍ଦ୍ର କାଣ୍ଡୀ, ଗୋବିନ୍ଦ ଚନ୍ଦ୍ର କାଣ୍ଡୀ , ସରୋଜ କୁମାର ଦିକ୍ଷୀତ୍ , ମଦନ ମୋହନ ସାମଲ,ରାମଚନ୍ଦ୍ର ସାମଲ ପୂର୍ଣ୍ଣ ଚନ୍ଦ୍ର ଦିକ୍ଷୀତ୍‌?, ଶିବାନନ୍ଦ ସାମଲ ପ୍ରମୁଖ ଉତ୍ସବ ପରିଚାଳନାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ପରିଶେଷରେ ଅନୁଷ୍ଠାନର ସଂଯୋଜକ ସୌମ୍ୟ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *