November 2, 2024

ଭୁବନେଶ୍ୱର,୬ା୦୨ (ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-କଟକ ସଦର ନିର୍ବାଚନ ମଣ୍ଡଳି ତଥା ଶିର୍ଲୋ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶିର୍ଲୋ ପଞ୍ଚାୟତ ସରପଞ୍ଚ ସିପ୍ରା ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ଇଂ ବିଳାଶ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟ ଓ ରାଜ୍ୟବାସୀଙ୍କ ପାଇଁ ସରକାର କରିଥିବା ସମସ୍ତ ପ୍ରକାର ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ ।କଟକ ସଦର ବ୍ଲକ ପ୍ରାକ୍ତନ ଉପାଧ୍ୟକ୍ଷ ବିଭୁତିଭୁଷଣ ପରିଡା ,ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ କୁମାର ରାଉତ ,ପ୍ରାକ୍ତନ ସମିତି ସଭ୍ୟ ତଥା ବ୍ଲକ ସାଧାରଣ ସମ୍ପାଦକ ଅରୁଣ କୁମାର ବୋଷ,ପ୍ରାକ୍ତନ ସମିତି ସଭ୍ୟ ପୁର୍ଣ୍ଣଚନ୍ଦ୍ର ସେଠୀ , ପଞ୍ଚାୟତ ବିଜେଡି ସଭାପତି କୈାସର ଅଲ୍ଲୀ,ପ୍ରାକ୍ତନ ସରପଞ୍ଚ ଲିଲି ସାହୁ, ଯୁବ ସଭାପତି ନରେଶ ରାଉତ,ଜନାର୍ଦ୍ଧନପୁର ସରପଞ୍ଚ ବିଶ୍ୱଭୁଷଣ ନାୟକ ,ପ୍ରାକ୍ତନ ସମିତି ସଭ୍ୟ ରସ୍ମିରଞ୍ଜନ ସ୍ୱାଇଁ ,ପ୍ରାକ୍ତନ ସରପଞ୍ଚ ବାସୁଦେବ ମହାଳି ,ପ୍ରାକ୍ତନ ସମିତି ସଭ୍ୟ ମିନର୍ଭା ପାତ୍ର ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଟିଭି ପରଦା ସହ ନୃତ୍ୟ ଓ ସଙ୍ଗୀତ ମା୍ମମରେ ସରକାରୀ ଯୋଜନା ଏବଂ ବିକାଶର ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ‘ଆମ ପଞ୍ଚାୟତର ବିକାଶ’ ନାମକ ପୁସ୍ତକ ଉନ୍ମୋଚନ କରାଯାଇଥିଲା ।ଏହି ପଞ୍ଚାୟରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୫୦ ଲକ୍ଷ ଟଙ୍କା ବିନିଯୋଗ କରାଯାଇ ୧୯ଟି ପ୍ରକଳ୍ପ କରାଯାଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୧୨୮୨ ପରିବାରଙ୍କୁ ସାମିଲ କରାଯାଇଛି । କାଳିଆ ଯୋଜନାରେ ୧୦୮୨ ଜଣ କୃଷକଙ୍କୁ ସାମିଲ କରାଯାଇଛି । ସାମାଜିକ ସୁରକ୍ଷା ଯୋଜନାରେ ୫୭୪ ହିତାଧିକାରୀଙ୍କୁ ଭର୍ତ୍ତା ପ୍ରଦାନ କରାଯାଇଥିବା ବେଳେ ମିଶନ ଶକ୍ତି ଯୋଜନାରେ ୧୦୪ଟି ଗୋଷ୍ଠିକୁୁ ୨କୋଟି ୪୮ଲକ୍ଷ ଟଙ୍କା ବିନାସୁଧରେ ଋଣ ଦିଆଯାଇଛି । ୧୩୧୦ ପରିବାରକୁ ରାଶନ କାର୍ଡ ଓ ୬୫୮ ଗର୍ଭବତୀ ମହିଳାଙ୍କୁ ମମତା ଯୋଜନାରେ ସାମିଲ କରାଯାଇଥିବା ସରପଞ୍ଚ ଶ୍ରୀମତି ଭୋଇ ସୂଚନା ଦେଇଥିଲେ । ଶେଷରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଝିଲି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *