ଭୁବନେଶ୍ୱର୧୫/୧୧/୨୩ ଭୟେସ ଅଫ୍ ଇଣ୍ଡିଆ (ବିନୟ କୁମାର ଦାସ): ଚୌଦ୍ୱାର ପୌରପାଳିକା ୧୧ନମ୍ବର ୱାର୍ଡ଼ ଓଟିଏମ କଲୋନୀ ସ୍ଥିତ ଗୋପବନ୍ଧୁ ଖେଳ ପଡ଼ିଆରେ ଚାଲିଥିବା ଟାଙ୍ଗୀ-ଚୌଦ୍ୱାର ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପିତ ହୋଇ ଯାଇଛି।ଟାଙ୍ଗୀ-ଚୌଦ୍ୱାର ବ୍ଲକ କ୍ରୀଡା ସଂସଦ, ଚୌଦ୍ୱାରସ୍ଥିତ ସ୍ୱାମୀ ବିବେକାନନ୍ଦ ସୋସିଆଲ ଡେଭେଲପମେଣ୍ଟ ଓ ଶାଳଗାଁ ଷ୍ଟାର କ୍ଲବ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦ୍ଯାପନୀ ଉତ୍ସବରେ ଇମ୍ଫାର ସାଧାରଣ ପ୍ରଶାସକ ଜି. ସାରଦା ପ୍ରସାଦ ରାଓ, ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ, କ୍ରୀଡ଼ାବିତ୍ ବିପିନ ବିହାରୀ ମହାନ୍ତି, ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, କାଉନସିଲର ଆଶୁତୋଷ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ୨ଦିନ ଧରି ଅନୁଷ୍ଠିତ ପ୍ରତିଯୋଗିତାରେ ବିଜୟୀ ୨୫୮ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟସ୍ତରୀୟ ଚମ୍ପିୟନ୍ସିପ୍ରେ ବିଶିନାହାକାଣୀ ସରକାରୀ ହାଇସ୍କୁଲ,ସଫାର ଉତ୍କଳମଣି ବିଦ୍ୟାପୀଠ ଓ ଚାରବାଟିଆ ଡିଡିପିଆଇଏସ୍ ଯାଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ। ସୂଚନାଯୋଗ୍ୟଯେ ଏହି ପ୍ରତିଯୋଗିତାରେ ମୋଟ ୮୬ଟି ବିଭାଗ ପାଇଁ ବ୍ଲକର ୧୦୪ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ମୋଟ ୧୧୦୪ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କାର୍ୟ୍ୟକାରୀ ସଭାପତି ଦିଲ୍ଲୀପ ଛତାରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ୟ୍ୟକ୍ରମକୁ ବିବେକାନନ୍ଦ ସୋସିଆଲ ଡେଭେଲପମେଣ୍ଟ ସଂପାଦକ ଅଶ୍ୱିନୀ କୁମାର ଜେନା, ସଂସଦ ସଂପାଦକ ବିଜୟ କୁମାର ସାହୁ, ଭାସ୍କର ଚନ୍ଦ୍ର ରାଉତରାୟ, ଭୀମସେନ ବିଶ୍ୱାଳ, ସୁରେଶ ରାଉତରାୟ, ଭାସ୍କର ପ୍ରସାଦ ମହାପାତ୍ର, ସୁଜିତ୍ ଦାସ, ଅନ୍ତର୍ଜ୍ୟାମୀ ସାହୁ, କାହ୍ନୁ ଜେନା, ଦୀପକ ସେନାପତି, ମାନସ ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ।