January 27, 2025

ଭୁବନେଶ୍ୱର,,୨୧।୧୦(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) : ବାତ୍ୟା ‘ଦାନା’ ବଙ୍ଗୋପସାଗରରେ ଶକ୍ତି ଜୁଟାଉଥିବା ବେଳେ ଏହା ଓଡ଼ିଶାର ଭଦ୍ରକ ଏବଂ ବାଲେଶ୍ୱର ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାରି ମଧ୍ୟରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ କେଉଁ ଜିଲାରେ କେତେ ବେଗରେ ପବନ ହେବ ସେ ନେଇ ସୂଚନା ଜାରି କରାଯାଇଛି।

ପୂର୍ବାନୁମାନ ଅନୁଯାୟୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱରରେ ପବନର ବେଗ ୧୦୦ ରୁ ୧୧୦ କିଲୋମିଟର ବା ସର୍ବାଧିକ ବେଗରେ ୧୨୦ କିଲୋମିଟର ବେଗରେ ଗତି କରିବାର ସମ୍ଭାବନା ରହିଛି।

ସେହିଭଳି ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାଗୁଡିକରେ ୬୦ ରୁ ୯୦ କିଲୋମିଟର ବେଗରେ, ସର୍ବାଧିକ ୧୦୦ କିଲୋମିଟର ବେଗରେ ପବନର ବେଗ ଅନୁଭବ କରିବାର ସମ୍ଭାବନା ରହିଛି।

ଗଞ୍ଜାମ, ନୟାଗଡ଼, ବୌଦ୍ଧ, ସମ୍ବଲପୁର, ଦେଓଗଡ, ସୁନ୍ଦରଗଡ ଜିଲାର ବିଭିନ୍ନ ସ୍ଥାନରେ ପବନର ବେଗ ୫୦ ରୁ ୬୦ କିଲୋମିଟର ବେଗରେ, ସର୍ବାଧିକ ୭୦ କିଲୋମିଟର ରହିବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ଅନୁଯାୟୀ ୨୨ ଅକ୍ଟୋବର ସକାଳ ସୁଦ୍ଧା ଅବପାତ ଏବଂ ୨୩ ଅକ୍ଟୋବର ସୁଦ୍ଧା ବଙ୍ଗୋପସାଗରର ପୂର୍ବ ସେଣ୍ଟ୍ରାଲ୍ ଉପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଏହା ପରେ, ୨୪ ଅକ୍ଟୋବର ସକାଳ ସୁଦ୍ଧା ଉତ୍ତର-ପଶ୍ଚିମ ଦିଗକୁ ଯାଇ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଦିଗରେ ଯାଇ ବାଲେଶ୍ୱର ଏବଂ ସାଗର ଆଇଲାଣ୍ଡ ମଧ୍ୟରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ସମୟରେ ବାତ୍ୟା ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ରହିପାରେ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବ ବୋଲି ପାଣିପାଗ ବିଭାଗ କହିଛି।

ବାତ୍ୟା ପ୍ରଭାବରେ ୨୩, ୨୪, ୨୫ରେ ତିନି ଧରି ଅଧିକାଂଶ ସ୍ଥାନରେ ବର୍ଷା ହେବ। ବାତ୍ୟାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି ଜିଲାରେ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଇଛି । ଏହି ସମୟରେ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ୩୦ରୁ ସେମିରୁ ଉର୍ଦ୍ଧ ବର୍ଷା ସମ୍ଭାବନା ମଧ୍ୟ ରହିଛିl ବିଶେଷ କରି ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲାରେ ଅଧିକ ବର୍ଷା ହେବ ।

Leave a Reply

Your email address will not be published. Required fields are marked *