
ଭୁବନେଶ୍ୱର,୨୭।୮(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ବିଧାନସଭାରେ ସୁଭଦ୍ରା ଯୋଜନାନେଇ ବଡ଼ ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି, ପରିବାରର ସବୁ ମହିଳା ଏହି ଯୋଜନାରେ ସୁବିଧା ପାଇପାରିବେ। ପରିବାରରେ ୩ଜଣ କି ୪ଜଣ ମହିଳା ଥାଆନ୍ତି ସମସ୍ତଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଏପରିକି ବିଧବା ମହିଳା ଏବଂ ଛାତ୍ରବୃତ୍ତି ପାଉଥିବା ଝିଅମାନେ ବି ଏହି ଟଙ୍କା ପାଇପାରିବେ।