“ଗଣତନ୍ତ୍ରରେ ଗଣମାଧ୍ୟମର ବିଶ୍ୱସନୀୟତା”
ଭୁବନେଶ୍ୱର ୧୯।୮ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ଏସୟୁଜେ ଓଡ଼ିଶା କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ର ପ୍ରାନ୍ତୀୟ ସମାବେଶ ଓ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ, ହାଇକୋର୍ଟର ବରିଷ୍ଠ ଆଇନଜୀବି ଧରଣୀଧର ନାୟକ, ଭାରତୀୟ ଜନତା ପାର୍ଟି ର ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା ଓ ମାନନୀୟା କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷ ସରିତା ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇ “ଗଣତନ୍ତ୍ରରେ ଗଣମାଧ୍ୟମର ବିଶ୍ୱସନୀୟତା” ଶୀର୍ଷକ ଆଲୋଚନା ଚକ୍ର ଉପରେ ବକ୍ତବ୍ୟ ରଖିଥିଲେ ।
ରାଜ୍ୟ ସମ୍ପାଦକ ଶିବାଶିଷ ମହାନ୍ତି ଏସୟୁଜେ ଓଡ଼ିଶା ସଂଗଠନ ଗଠନ,ଏହାର ଲକ୍ଷ୍ୟ, ଆଭିମୁଖ୍ୟ ଏବଂ ଉଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଜିଲ୍ଲା ଶାଖା ସଭାପତି ଦୈତାରୀ ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ଉପସଭାପତି ଅସିତ କୁମାର ପଣ୍ଡା ବିବରଣୀ ପାଠ କରିଥିଲେ। ଶିକ୍ଷାବିତ ଈଶ୍ୱର ପୃଷ୍ଟି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରତିକୂଳ ପାଗ ସତ୍ୱେ ୧୩ ଟି ଜିଲ୍ଲା ରୁ ୩୫୦ ରୁ ଉର୍ଦ୍ଧ ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ।
ଏସୟୁଜେ ସାମ୍ବାଦିକ କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଗଗନ ବିହାରୀ ସାହୁ, ରାଜ୍ୟ ଯୋଗାଯୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଶଶୀଭୂଷଣ ଷଡ଼ଙ୍ଗୀ,ରାଜ୍ୟ ଉପଦେଷ୍ଟା ରଘୁନାଥ ଆଚାର୍ଯ୍ୟ,ଧ୍ରୁବ ଚରଣ ବାରିକ, ଜାତୀୟ ସାମ୍ବାଦିକ ୟୁନିୟନର ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ ଚିନ୍ତାମଣି ପାଢ଼ୀ, ରାଜ୍ୟ ସଂଗଠନର ସହଯୋଗୀ ସଂଗଠନ ସମ୍ପାଦକ ଟୁନା ଜେନାଙ୍କ ସମେତ ଅନେକ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ, ଜିଲ୍ଲା ଶାଖା କର୍ମକର୍ତ୍ତା ଏବଂ ବରିଷ୍ଠ ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ।