
କଟକ -୧୯ା/୧୧/୨୩ (ଭୟେସ ଅଫ୍ ଇଣ୍ଡିଆ /ବିନୟ କୁମାର ଦାସ)-ଦ୍ୱୀପାଞ୍ଚଳର ଗାନ୍ଧୀ କର୍ମବିର ସ୍ୱାଧିନତା ସଂଗ୍ରାମି ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁରେନ୍ଦ୍ର ନାଥ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ ନେମାଳ ଥାନା ଅନ୍ତର୍ଗତ ବାଲିଗରଡା ଠାରେ ଅନୁଷ୍ଠିତ ହୋଇଯାଇଛି ।ସୁରେନ୍ଦ୍ର ନାଥ ପଟ୍ଟନାୟକ ସ୍ମୃତି କମିଟିର ଆବାହକ ଲୋକନାଥ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶତତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆସନ୍ତା ୨୧ ତାରିଖ ମଙ୍ଗଳବାର ଅଁଳା ନବମୀ ଦିନ ଜୟନ୍ତୀ ଉତ୍ସବ ପାଳନ କରାଯିବା ସହିତ ସକାଳ ୧୦.୩୦ମିରେ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମରେ ପ୍ରତିଷ୍ଠିତ ସ୍ୱର୍ଗତ ପଟ୍ଟନାୟକଙ୍କ ପୂର୍ଣ୍ଣାବ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ପ୍ରଦାନ ସହିତ ସମବେତ ଜନତାଙ୍କ ଦ୍ୱାରା ବନ୍ଦେଉତ୍କଳ ଜନନୀ ଗାନ କରାଯାଇ ସମବେତ ଜନତା କୃତଜ୍ଞତା ପୂର୍ଣ୍ଣ ଭକ୍ତି ଅର୍ଘ୍ୟ ପ୍ରଦାନ କରାଯିବା ସହିତ ସଚେତନତା ଶୋଭାଯାତ୍ରା ଓ ଛାତ୍ରଛାତୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିର କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଝଡେଶ୍ୱରପୁର ସରପଞ୍ଚ ଅନିଲ ବେହେରା,ନଗସପୁର ସରପଞ୍ଚ ପ୍ରତିନିଧି ବିଜ୍ଞାନ ଚନ୍ଦ୍ର ମଳିକ,ସମିତି ସଭ୍ୟ ଦେବେନ୍ଦ୍ର ବେହେରା,ବଜାର କମିଟି ସଭାପତି ନିରଞ୍ଜନ ମହାନ୍ତି,ଚନ୍ଦନ ପଣ୍ଡା,ଅଶ୍ୱିନି ସଢଙ୍ଗୀ,ବାପୁନି ସାହୁ,ମିର୍ ରେଜବ୍ୱାନ ଅଲ୍ଲୀ,ସେକ୍ ଇସଲାମ,ବିରଞ୍ଚିନାରାୟଣ ମହାନ୍ତି,ସମିତି ସଭ୍ୟ ଆନନ୍ଦ ଦାସ,ସରୋଜ କୁମାର ଦାସ,ପ୍ରମୋଦ ସିଂ,ରସିଦ ଖାଁ ପ୍ରମୁଖ ଯୋଗଦେଇଥିବା ବେଳେ ସମାଜସେବୀ କାହ୍ନୁ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲୋ
