
କଟକ -୨୧/୧୧/୨୩ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ)-ନେମାଳ ଥାନା ଅନ୍ତର୍ଗତ ତିଲକଣା ପଞ୍ଚାୟତ ତିନିମୁହାଣୀ ଠାରେ କର୍ମବିର ସ୍ୱାଧିନତା ସଂଗ୍ରାମି ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁରେନ୍ଦ୍ର ନାଥ ପଟ୍ଟନାୟକଙ୍କ ୧୦୯ତମ ଜନ୍ମଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଇନଜିବୀ ନାରାୟଣ ଦ୍ୱିବେଦିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ ଯୋଗଦେଇ ସ୍ୱର୍ଗତ ସୁରେନ୍ଦ୍ର ନାଥ ପଟନାୟକଙ୍କୁ ଗଣ ହୃଦୟର ମଣିଷ ଉଲ୍ଲେଖ କରିବା ସହ ଏକାଧାରରେ ଜଣେ କର୍ମବୀର. ସ୍ୱାଧିନତା ସଂଗ୍ରାମି, ସମାଜସେବି ,ସମାଜ ସଂସ୍କାରକ ତଥା ଜଣେ ସାଲିସ ୍ ବିହୀନ ପ୍ରବାଦ ପୁରୁଷ ଥିଲେ ବୋଲି ମତ ପୋଷଣ କରି ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଐକ୍ୟବଦ୍ଧଭାବେ ସଂଗ୍ରାମ କରିବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଲୋକନାଥ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶତତ କୁମାର ମହାନ୍ତି ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ଅମର କୃତିର ସ୍ମୃତି ଚାରଣ କରିଥିଲେ ତାଙ୍କର ଅବିସ୍ମରଣୀୟ ବ୍ୟକ୍ତିତ୍ୱ ଓ ଅମର କୃତି ଆମ ମାନଙ୍କର ପରିଚୟ ପରିବର୍ତ୍ତନ କରିଦେଇଥିବା ପ୍ରକାଶ କରି ପ୍ରତିମୁର୍ତ୍ତି ନିକଟରେ ଭକ୍ତିପୂତ ପ୍ରଣାମ ଜଣାଇ ଭାରତୀୟ ସ୍ୱଧିନତା ସଂଗ୍ରାମ , ରାଜ୍ୟ ଓ ଆମ ଅଞ୍ଚଳ ପ୍ରତି ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଦିପ୍ତ ଦାସ ,ଆଇନଜିବି ଅମରେନ୍ଦ୍ର ମହାନ୍ତି ,ଅନନ୍ତ କିଶୋର ଭୁୟାଁ ,ଅଶୋକ ସାହୁ ,ତିଲକଣା ସରପଞ୍ଚ ବିଶ୍ୱନାଥ ପଣ୍ଡା ,ସମାଜସେବୀ ରମେଶ ଜେନା , ବଟକୃଷ୍ଣ ସ୍ୱାଇଁ ,ସମାଜସେବୀ ଶରତ ଦାସ ପ୍ରମୁଖ ଯୋଗଦେଇଥିଲେ । ଗଣେସ୍ୱର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ
