
କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ ଚୟନରେ ଖପ୍ପା ହୋଇ ଫେରାଇଛନ୍ତି ଟିକେଟ୍।

ବିଭୁତି ମିଶ୍ରଙ୍କୁ ଲୋକ ସଭା ପ୍ରାର୍ଥୀ କରାନଯିବାରୁ ମେହବୁବ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଭୁତିଙ୍କୁ କାହିଁକି ପ୍ରାର୍ଥୀ କରାଗଲାନି କହି ଟିକେଟ ଫେରାଇଛନ୍ତି। କହିରଖୁଛୁ କି, କଟକ ଲୋକ ସଭା ପାଇଁ କଂଗ୍ରେସ ସୁରେଶ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି।