ଭୁବନେଶ୍ୱର,(ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) : ପୁଣି ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଉଜଣେ ସରକାରୀ ଅଧିକାରୀ। ଶୁକ୍ରବାର ତାଳଚେରର ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରା କାର୍ରେ ତାଳଚେରରୁ ଅସ୍ତରଙ୍ଗ ଯିବା ବେଳେ ବାଲିଅନ୍ତା ନିକଟରେ ନଗଦ ୧୧ ଲକ୍ଷ ଟଙ୍କା ସହ ଧରିଛି ଭିଜିଲାନ୍ସ। ଧରାପଡ଼ିଥିବା ଟଙ୍କା ନେଇ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଭିଜିଲାନ୍ସର ଟିମ୍ ଟ୍ରାଫିକ ଇନସ୍ପେକ୍ଟରଙ୍କ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି। ଖୋଜାଖୋଜି ବେଳେ ତାଲଚରରେ ଭଡାଘରରୁ ୩,୦୮,୭୫୦ ଟଙ୍କା ଏବଂ ୩୩୬ ଗ୍ରାମ ସୁନା ଏବଂ ଅସ୍ତରଙ୍ଗରେ ଥିବା ଘରୁ ୧୦ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି। ଏହି ମୋଟ ନଗଦ ଜବରଦଖଲ ପ୍ରାୟ ୨୪.୨୪ ଲକ୍ଷ ଟଙ୍କା ହୋଇଛି। ଆହୁରି ମଧ୍ୟ, ପାରାଦୀପରେ ଅବସ୍ଥିତ ଜିତେନ୍ଦ୍ର କୁମାର ବେହେରାଙ୍କ ଭାଇ କୃଷ୍ଣ ଚନ୍ଦ୍ର ବେହେରାଙ୍କ ଘରେ ଖୋଜାଖୋଜି ଚାଲିଛି।