
ଭୁବନେଶ୍ୱର୧୩/୧୧/୨୩ (ଭୟେସ ଅଫ୍ ଇଣ୍ଡିଆ ) :ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ପରିସରରେ ନୂତନ ଭୋଟର ପଞ୍ଜିକରଣ ଓ ଭୋଟର ଅନ୍ଲାଇନ ସହଯୋଗ ଆପ ସଂପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶଂକର ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଶ୍ଚିନ୍ତକୋଇଲି ତହସିଲଦାର ଦିଲିପ କୁମାର ନାୟକ , ବ୍ଲକ ମଣ୍ଡଳଉନ୍ନୟନ ଅଧିକାରୀ ଧର୍ମ ରଞ୍ଜନ ପଣ୍ଡା ,ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ରୋଭର୍ସ ଲିଡର ବରିଷ୍ଠ ପ୍ରାଧ୍ୟାପକ ବିପିନ ବିହାରି ଦାସ ,ସହକାରୀ ଯନ୍ତ୍ରୀ ନଳିନୀ ମହାପାତ୍ର,ଯନ୍ତ୍ରୀ ମିସ୍ ମମତା ,ବି.ଏଲ.ଓ ବିଜୟ କୁମାର ସାହୁ,ରଶ୍ମିରେଖା ପଟ୍ଟନାୟକ,ସୁପରଭାଇଜର ଶିକ୍ଷକ ସାନ୍ତନୁ କୁମାର କର,ଅଶୋକ ମହାନ୍ତି ପ୍ରମୁଖ ଯୋଗଦେଇ ଭୋଟର ହେବା ପାଇଁ ଆବଶ୍ୟକ ନିୟମାବଳି ଓ ଛାତ୍ରଛାତ୍ରୀ ମାନେ ନୁତନ ଭୋଟର ପଞ୍ଜିକରଣ ସଂକ୍ରାନ୍ତରେ ପରାମର୍ଶ ସହିତ ଭୋଟର ଅନ୍ଲାଇନ ସହଯୋଗ ଆପ ସଚେତନତା ତଥ୍ୟ ସଂପର୍କରେ ସୁଚନା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା,କର୍ମଚାରୀ ,ଯୁକ୍ତ ତିନି କଳା ଓ ବାଣିଜ୍ୟର ସମସ୍ତ ଛାତ୍ରଛାତ୍ରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
