November 1, 2024

କଟକ ୨୧।୮(ଭୟେସ ଅଫ୍ ଇଣ୍ଡିଆ/ପ୍ରଶାନ୍ତ ସିଂହ ) :-ମାହାଙ୍ଗା ଥାନା ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କରିଥିବା ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ ମାହାଙ୍ଗା ଅଞ୍ଚଳର ମହିଳା ରଶ୍ମିତା ଦାସ । 

ଗତ ୧୬ ତାରିଖରେ ମାହାଙ୍ଗା ଥାନା ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ ରଶ୍ମିତା । ମିଛ ମାମଲାରେ ସ୍ବାମୀଙ୍କୁ ଫସାଇ ଦେଇଥିବା ଅଭିଯୋଗ କରି ଥାନାକୁ ଆସିଥିଲେ ମହିଳା । ମାହାଙ୍ଗା ପୋଲିସ ଗାଳିଗୁଲଜ ଓ ଅପବ୍ୟବହାର କରିଥିବା ଅଭିଯୋଗ ଆଣି ଥାନା ସମ୍ମୁଖରେ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମାହୂତି ଉଦ୍ୟମ କରିଥିଲେ । ଗତ ୬ ଦିନ ଧରି ଚିକିତ୍ସିତ ହେଉଥିଲେ ରଶ୍ମିତା । 

Leave a Reply

Your email address will not be published. Required fields are marked *